
କଟକ,୦୪/୦୯/୨୧ (ଜିଲ୍ଲା ଖବର) : ଅଫିସରେ କାମ କରିବା ବଦଳରେ ଆରାମ କରୁଛନ୍ତି ସରକାରୀ କର୍ମଚାରୀ । କେତେବେଳେ ତଳିଆ କର୍ମଚାରୀ ମାନେ ବଡ ବାବୁଙ୍କୁ ମୋଡା ଘଷା କରୁଛନ୍ତି, ତ ଆଉ କେତେବେଳେ ନିଜ ଟେବୁଲ ଉପରେ ନିଘୋଡ ନିଦରେ ଶୋଇପଡୁଛନ୍ତି ଉପରିସ୍ଥ କର୍ମଚାରୀ ।
କଟକ ମହାନଗର ନିଗମ କାର୍ଯ୍ୟଳୟର ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କି କାର୍ଯ୍ୟାଳୟ ଭିତରେ ମଦ ବୋତଲ ଗଡୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।



