
୦୪/୦୯/୨୧ (ଜିଲ୍ଲା ଖବର) : ଆନନ୍ଦପୁର ଉପଖଣ୍ଡ ଷଡଙ୍ଗୀ ଛକ ନିକଟରୁ ବିଳମ୍ବିତ ରାତିରେ ଦୁଇଟି ବେଆଇନ ଗାଈ ବୋଝେଇ ପିକଅପ ଭ୍ୟାନ ଜବତ ହୋଇଛି । ଅନେକ ସମୟରେ ଗାଈ ଚୋରାଚାଲାଣର ଅଭିଯୋଗ ହେଉଥିବା ବେଳେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଗାଡ଼ିରେ ଥିବା ୬ ଟି ଗାଈଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।



