
୦୪/୦୯/୨୧ (ଜିଲ୍ଲା ଖବର) : ପାକିସ୍ତାନର କତୁରୀ ବି ଧୋକା ଦେଲା । ତାହା ପୁଣି କୌଣସି ଭାରତୀୟଙ୍କୁ ନୁହେଁ ବରଂ ନିଜ ରାଇଜର ମନ୍ତ୍ରୀଙ୍କୁ। ଶେଷରେ କତୁରୀରେ କଟାହେବା ସାମଗ୍ରୀଟି ଦାନ୍ତରେ କୁମୁଡି ଛିଣ୍ଡାଇବାକୁ ପଡିଲା।
ଆତଙ୍କବାଦର ଏକ ନମ୍ବର ଚରାଭୂଇଁ ପାକିସ୍ତାନ। ଯେଉଁ ମଣିଷ କମ୍ ଆଉ ହାତ ହତିଆର କଥା କହେ ଅଧିକ। ହେଲେ ଶେଷରେ ଏଇଠି ଧୋକାଦେଲା କଇଁଛି। ଗୋଟେ ଦୋକାନ ଉଦଘାଟନ କରିବାକୁ ଆସିଥିବା ମନ୍ତ୍ରୀ ଶେଷରେ ଦାନ୍ତରେ ରିବନ ଫିତା କାଟି ଦୋକାନ ଉଦଘାଟନ କଲେ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀ ଜଣଙ୍କ ପ୍ରଥମେ କଇଁଚିରେ ରିବନ କାଟିବାକୁ ଚେଷ୍ଟା କରି ବିଫଳ ହେବାରୁ ନିଜେ ରିବନରେ ଦାନ୍ତ ଲଗାଇ ଦେଲେ। ଭିଡିଓଟି ମାତ୍ର ୨୧ ସେକେଣ୍ଡର, ହେଲେ ଆପଣ ବାରମ୍ବାର ଏହାକୁ ଦେଖିବେ ଆଉ ହସି ହସି ଗଡିବେ।
ଘଟଣାଟି ସେପ୍ଟେମ୍ବର ୨ ତାରିଖର। ଜେଲ ବିଭାଗର ମନ୍ତ୍ରୀ ତଥା ପଞ୍ଜାବ ପ୍ରଦେଶର ମୁଖପାତ୍ର ଫୟାଜ ଉଲ ହାସନ ଚୌହାନ ରାୱଲପିଣ୍ଡି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଦୋକାନ ଉଦଘାଟନ କରିବାକୁ ଆସିଥିଲେ। ହେଲେ ଫିତା କାଟିଲା ବେଳେ କଇଁଚିରେ ଦାଢ ନ ଥିବାରୁ ଏହା କଟିଲାନି। ଫଳରେ ମନ୍ତ୍ରୀ ମହୋଦୟ ଦାନ୍ତ ଲଗାଇ କାଟିଲେ।


