Home ଆଞ୍ଚଳିକ ମୋ ସାଇକେଲ ପରେ ସିଟି ବସ ପାଳି, ୧୨୧ଟି ବସକୁ ବିକିଦେଲେ ରାଜ୍ୟ ସରକାର

ମୋ ସାଇକେଲ ପରେ ସିଟି ବସ ପାଳି, ୧୨୧ଟି ବସକୁ ବିକିଦେଲେ ରାଜ୍ୟ ସରକାର

10

୦୪/୦୯/୨୧ (ଜିଲ୍ଲା ଖବର) : ମୋ ସାଇକେଲ ପରେ ସିଟି ବସ ପାଳି । କବାଡିଆକୁ ଶାଗ ମାଛ ଦରରେ ୧୨୧ଟି ବସକୁ ବିକିଦେଲେ ରାଜ୍ୟ ସରକାର । ୨୦୧୦ରୁ ଆରମ୍ଭ ହୋଇଥିବା ସିଟି ବସ ସେବା ଏବେ ପଙ୍ଗୁ ପାଲଟିଛି । ବସ ଗୁଡିକ ବର୍ଷ ବର୍ଷ ଧରି ଖତ ଖାଇବା ପରେ ଶେଷରେ କବାଡି ଖାନାରେ ୧୨୧ଟି ସିଟି ବସକୁ ବିକି ଦେଲେ ରାଜ୍ୟ ସରକାର । ୧୦୦ ରୁ ଅଧିକ ବସ କୋଲକତାର ଏକ ଘରୋଇ କମ୍ପାନୀ କିଣିଥିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨୦୧୦ରେ ଜବାହାରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ସିଟି ବସ୍ କିଣାଯାଇଥିଲା । ଏଥିପାଇଁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ଷ ବର୍ଷ ଧରି ବାହାରେ ପଡ଼ି ଖତ ଖାଇବା ପରେ କବାଡିଆଙ୍କୁ ଏହି ସିଟି ବସଗୁଡ଼ିକୁ ବିକ୍ରି କରି ଦିଆଯାଇଛି ।