Thursday, November 12, 2026
Home ଆଞ୍ଚଳିକ ସଙ୍କଟରେ ଗୋ-ମାତା, ଅନାହାରରେ ମୃତ୍ୟୁମୁଖରେ ପଡୁଛନ୍ତି ଗୋରୁ

ସଙ୍କଟରେ ଗୋ-ମାତା, ଅନାହାରରେ ମୃତ୍ୟୁମୁଖରେ ପଡୁଛନ୍ତି ଗୋରୁ

4

୦୪/୦୯/୨୧ (ଜିଲ୍ଲା ଖବର) : ସଙ୍କଟରେ ଗୋ-ମାତା। ଗୋ ମଙ୍ଗଳ କେନ୍ଦ୍ରରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ। ପ୍ରତିଦିନ ଅନାହାରରେ ମୃତ୍ୟୁମୁଖରେ ପଡୁଛନ୍ତି ଗୋରୁ । ଜାମୁକୋଳି ଠାରେ ଥିବା ଗୋ-ମଙ୍ଗଳ କେନ୍ଦ୍ରରୁ ଆସିଛି ଏଭଳି ଦୃଶ୍ୟ। ଏହି ଗୋ-ଶାଳାଟି ବିଏମସି ଦ୍ୱାରା ପରିଚାଳତ ହେଉଛି । ତେବେ ଖାଦ୍ୟାଭାବରୁ ଏଠାରେ ପ୍ରତିଦିନ ୨ରୁ ୩ ଟି ଗୋରୁଙ୍କର ମୃତ୍ୟୁ ହେଉଛି।

ରାଜ୍ୟ ସରକାର ଗୋରୁଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ଦୃଶ୍ୟ ଏବେ ବିଚଳିତ କରିଛି। ଏପରିକି ଗୋରୁଙ୍କ ମୃତ୍ୟୁ ପରେ ବି ଦିଆଯାଉନି ସମ୍ମାନ। ଅନ୍ୟପଟେ ବିଏମସି ଏକ ଠିକା ସଂସ୍ଥା ଦ୍ବାରା ଏହି ସଂସ୍ଥାକୁ ପରିଚାଳନା କରୁଛି। ସଂସ୍ଥା ପକ୍ଷରୁ ସଠିକ ଭାବେ ଯତ୍ନ ନିଅଯାଉନଥିବା ଅଭିଯୋଗ ହୋଇଛି।