
ଭୁବନେଶ୍ୱର, ୦୪/୦୯/୨୧ (ଜିଲ୍ଲା ଖବର) : ପାରା ଅଲିମ୍ପିକ୍ସରେ ମେଡାଲ ପକ୍କା କଲେ ଓଡିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲକୁ ଉନ୍ନୀତ ହୋଇ ପଦକ ନିଶ୍ଚିତ କରିଛନ୍ତି ପ୍ରମୋଦ । ସେମିରେ ଜାପାନର ଡିସକେ ଫୁଜିହରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଅପରାହ୍ନ 3ଟାରେ ଫାଇନାଲ ଖେଳିବେ ପ୍ରମୋଦ ଭଗତ ।
ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି। ଏହି କ୍ରମରେ ଅଲମ୍ପିକ୍ସରେ ଭାରତର ମେଡାଲ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଶୁକ୍ରବାର ଭାରତୀୟ ପାରା ଅଲମ୍ପିଆନ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ହାଇଜମ୍ପରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ସୁଟର ଅବନୀ ଲେଖାର 50ମିଟର ଥ୍ରୀ ପୋଜିସନରେ ବୋଞ୍ଜ ହାସଲ କରିଛନ୍ତି ।
ଏହା ପୂର୍ବରୁ ସେ 10ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ଜିତିଥିବା ବେଳେ ଏବେ ସେ ଦ୍ବିତୀୟ ମେଡାଲ ହାସଲ ଜିତିଛନ୍ତି । ଫଳରେ ପ୍ରଥମ ଭାରତୀୟ ମହିଳା ଭାବେ ସେ ଗୋଟିଏ ଅଲମ୍ପିକ୍ସରେ 2ଟି ମେଡାଲ ଜିତିବାର ଗୌରବ ହାସଲ କରି। ସେହିପରି ପାରା ଅଲମ୍ପିକରେ ପ୍ରଥମ ପାରା ଆର୍ଚର ଭାବରେ ହରବିନ୍ଦର ସିଂ ବ୍ରୋଞ୍ଜ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।



