
୦୪/୦୯/୨୧ (ଜିଲ୍ଲା ଖବର) : ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ ମହାପାତ୍ର । 3 ମାସ ଧରି ହସପିଟାଲରେ ସଂଗ୍ରାମ କରିବା ପରେ ଆଖିବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର । ବାହାଘରର ଅଳ୍ପଦିନରେ କରୋନା ସଂକ୍ରମିତ ହୋଇଥିଲେ । ଫୁସଫୁସ ପ୍ରଭାବିତ ହୋଇଥିବାରୁ ତାଙ୍କୁ ଇକମୋ ଚିକିତ୍ସା ପାଇଁ କୋଲକାତା ସ୍ଥାନାନ୍ତର କରାଯାଇଥିଲା । ସ୍ତ୍ରୀଙ୍କ ଆକୁଳ ନିଦେନରେ ପୁରା ଓଡିଶାବାସୀ ସହଯୋଗର ହାତ ବଢାଇଥିଲେ ।
ମିଲାପ ଆପ୍ ମାଧ୍ୟମରେ ଆରମ୍ଭ ହୋଇଥିଲା ଫଣ୍ଡ ରେଜିଂ । ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଅଭିଷେକଙ୍କ ପାଇଁ ଦୌଡି ଆସିଥିଲେ । ନିଜ ସାମର୍ଥ୍ୟ ଅନୁସାରେ ଯିଏ ଯାହା ପାରିଲେ ଦାନ କରିଥିଲେ । ତା ପରେ ଇକମୋ ଚିକିତ୍ସା ପାଇଁ ଜୁନ 9 ରେ କୋଲକାତାକୁ ଏୟାରଲିଫ୍ଟ କରାଯାଇଥିଲା ।
ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ତେବେ ଡାକ୍ତରଙ୍କ ଉଦ୍ୟମ ଓ ସମସ୍ତଙ୍କ ସତ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଛନ୍ତି ଭଦ୍ରକର ଯୁବଇଂଞ୍ଜନିୟର ଅଭିଷେକ ମହାପାତ୍ର ।


