Thursday, November 12, 2026
Home ଆଞ୍ଚଳିକ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

14

ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ଆରପାରିରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବର ପାଇବା ପରେ, ଚାରିଆଡେ ଶୋକର ଲହରୀ ଖେଳି ଯାଇଛି । ପରିବାର ସଦସ୍ୟାଙ୍କ ଠାରୁ ଆରମ୍ଭ କରି, ପ୍ରଶଂସକ,ସମ୍ପର୍କୀୟ  ଏବଂ  ଅନେକ ସେଲିବ୍ରେଟି ଦୁଃଖ  ପ୍ରକାଶ କରୁଛନ୍ତି । ଠିକ୍ ସେମିତି ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ଖବର ପାଇବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି ।

ଟ୍ବିଟ କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, ‘ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ  । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭଲଭାବେ ଜାଣି ନାହିଁ କିନ୍ତୁ ଏତେ ପ୍ରତିଭାବାନ କଳାକାରଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଖଃଦାୟକ,ଓମ୍ ଶାନ୍ତି ।

ତେବେ କେବଳ ଅକ୍ଷୟ କୁମାର ନୁହଁନ୍ତି ତାଙ୍କ ସମେତ, ଅଭିନେତା ସୋନୁ ସୁଦ,ଫରାହ ଖାନ, ରିତେଶ ଦେଶମୁଖ, ବିନ୍ଦୁ ଦାରା ସିଂ, ହିମାଂଶୀ ଖୁରାନା, ଡଲି ବିନ୍ଦ୍ରା ଓ ସୌମ୍ୟ ଟଣ୍ଡନ ଆଦି ସେଲିବ୍ରେଟି ମାନେ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।