
୦୩/୦୯/୨୧ (ଜିଲ୍ଲା ଖବର) : ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ‘ଇଡା’ ଆମେରିକାରେ ତାଣ୍ଡବ ରଚିଛି । ପବନ ଓ ବର୍ଷା ଯୋଗୁ ନ୍ୟୁଜର୍ସି ଓ ନ୍ୟୁୟର୍କ ସହରର ପ୍ରଭୁତ କ୍ଷତି ଘଟିଛି। ଆମେରିକାର ଇଷ୍ଟ କୋଷ୍ଟ ଅଞ୍ଚଳରେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପ୍ରଭାବରେ ୪୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘୁର୍ଣ୍ଣିଝଡ ପାଇଁ ଆମେରିକାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ନ୍ୟୁୟର୍କରେ ହିଁ ୧୩ ଜଣ ଓ ନ୍ୟୁଜର୍ସିରେ ଅତି କମରେ ୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରକୃତିର ଏହି ପ୍ରଳୟକୁ ଦୃଷ୍ଟିରେ ରଖି ନ୍ୟୁୟର୍କର ମେୟର ସହରରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଚେଷ୍ଟର୍ କାଉଣ୍ଟିରେ ୩ ଜଣ ଓ ପେନସିଲଭେନିଆରେ ଅତିକମରେ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି।
ନ୍ୟୁୟର୍କର ଯେଉଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରୁ ୧୧ ଜଣଙ୍କର ବେସମେଣ୍ଟ ଆପାର୍ଟମେଣ୍ଟରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି।
ରାଷ୍ଟ୍ରପତି ଜୋ ବାଇଡେନ୍ ସମସ୍ତ ପ୍ରକାରର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବାଇଡେନ୍ କହିଛନ୍ତି, ‘ଏହା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ଓ ଜଳବାୟୁ ସଂକଟ। ଏଥିପାଇଁ ଆମକୁ ଭଲଭାବେ ପ୍ରସ୍ତୁତ ହେବା ଦରକାର।


