Wednesday, November 11, 2026
Home ଆଞ୍ଚଳିକ ‘18 ବର୍ଷରୁ କମ୍ ବୟସରେ ଟିକାକରଣ ହୋଇନାହିଁ, ଶିଶୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ’

‘18 ବର୍ଷରୁ କମ୍ ବୟସରେ ଟିକାକରଣ ହୋଇନାହିଁ, ଶିଶୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ’

6

ଭୁବନେଶ୍ୱର, ୦୩/୦୯/୨୧ (ଜିଲ୍ଲା ଖବର) :  କେନ୍ଦ୍ର ଜାରି କରିଥିବା ଡବଲ ଡୋଜ ଟୀକା ଗାଇଡ୍ ଲାଇନକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଡବଲ ଡୋଜ୍ ଟୀକା ନେବା ଆବଶ୍ୟକ ।  ଡେଥ୍ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ । ଯାହା ଆସୁଛି ଆମେ ଜଣେଇବୁ ।

ଏବେ ଶିଶୁ ମାନେ ଅଧିକା ସଂକ୍ରମିତ ହେବେ । କାହିଁକି ନା ପ୍ରାୟ ସମସ୍ତ 18ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଟୀକାକରଣ ହେଲେଣି ଏବଂ ସଂକ୍ରମିତ ବି ହେଉଛନ୍ତି । ତେଣୁ ଆନୁପାତିକ ଭାବେ ଶିଶୁ ମାନେ ଅଧିକା ହେବେ । ତୃତୀୟ ଲହର ଏବେ ବି ଆକଳନ ସ୍ତରରେ ଅଛି ।  ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ  ବୋଲି କହିଛନ୍ତି ଡିଏମଇଟି । 18 ବର୍ଷରୁ କମ୍ ବୟସରେ ଟିକାକରଣ ହୋଇନାହିଁ । ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକ ସଂକ୍ରମିତ ହେବେ ବୋଲି ସେ କହିଛନ୍ତି ।