
ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ଇଡି ନକଟରେ ହାଜର ହୋଇଛନ୍ତି ବଲିଉଡ ଏବଂ ଟଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ । ଚାରି ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ଟଲିଉଡର ଭେଟେରାନ୍ ଆକ୍ଟର ତଥା ନିର୍ଦ୍ଦେଶକଙ୍କୁ ଇଡି ସମନ ପଠାଇଥିଲା ।
ତେବେ ଏହି କ୍ରମରେ ଡ୍ରଗ୍ସ ମାମଲାରେ ପଚରାଉଚରା କରିବା ପାଇଁ ଶୁକ୍ରବାର ଦିନ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ଏଜେନ୍ସିର ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି । ସେ ହାଇଦ୍ରାବାଦର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।
ପ୍ରକାଶ ଥାଉକି, ୨୦୧୭ରେ ତେଲେଙ୍ଗାନା ଏକ୍ସାଇଜ୍ ଓ ନିଷେଧ ବିଭାଗ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ ଜବଦ କରିବା ପରେ, ୧୨ଟି ମାମଲା ରୁଜୁ କରିଥିଲା । ୧୧ଟି ମାମଲାର ଚାର୍ଜସିଟ ଦାଖଲ କରାଯାଇଛି । ଏହାପରେ ଏକ୍ସାଇଜ୍ ବିଭାଗ ମାମଲାରେ ମନି ଲଣ୍ଡରିଂ କୋଣରୁ ଯାଞ୍ଚ ଆରମ୍ଭ କରିଥିଲା ।


