Home ଅପରାଧ ସାକ୍ଷୀ ପଡିବାରୁ କଏଦୀଙ୍କୁ ମାରିଲେ ଜେଲର୍

ସାକ୍ଷୀ ପଡିବାରୁ କଏଦୀଙ୍କୁ ମାରିଲେ ଜେଲର୍

13

ବାଲେଶ୍ୱର,୦୩/୦୯/୨୧ (ଜିଲ୍ଲା ଖବର) :  ସୋର ଜେଲରୁ ଭିଡିଓ ଭାଇରାଲ । ପୂର୍ବରୁ ଜେଲ ଭିତରେ ଜଣେ କଏଦୀ ମାଡ ଯୋଗୁଁ  ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ସେହି ଘଟଣାରେ ସାକ୍ଷୀ ଦେଇଥିବା ବ୍ୟକ୍ତିଙ୍କୁ ମାଡ ମରାଯାଉଛି । କେବଳ ସେତିକି ନୁହେଁ ଜେଲ ଭିତରେ ତାଙ୍କୁ ମାଡ ମରାଯିବା ସହ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି ।

ସୋର ଉପକାରାଗାରରୁ  ବିଚାରଧୀନ କଏଦୀ ତଥା କଏଦୀ ମୃତ୍ୟୁ ମାମଲାର ସାକ୍ଷୀ ଦେଇଥିବା କମଳାକାନ୍ତ ଦାସଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ତାଙ୍କୁ  ମାଡ଼ ମରାଯାଇଛି ଏବଂ ତାଙ୍କ ଗୋଡରେ ଆଘାତ ଲାଗିଥିବା ସେ ଭିଡିଓରେ ଦେଖାଇଛନ୍ତି ।

ସେ ଭାଇରାଲ ଭିଡ଼ିଓରେ କହୁଛନ୍ତି ଯେ,  ଗତ କିଛି ଦିନ ତଳେ ଜଣେ ବିଚାରଧୀନ କଏଦୀ ମୃତ୍ୟୁରେ ସାକ୍ଷୀ ଦେଇଥିବାରୁ ତାକୁ କାରାଗାରରେ ମାଡ ମରାଯିବା ସହ ଅନ୍ୟ କାରାଗାରକୁ ବଦଳି କରିଦେବାକୁ ଜେଲର ପ୍ରିୟମ୍ବଦା  ପଣ୍ଡା ଧମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ ଉକ୍ତ କଏଦୀଙ୍କ ମାଆ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।