Wednesday, November 11, 2026
Home ଆଞ୍ଚଳିକ ସ୍ମଶାନରେ ପହଞ୍ଚିଲା ସିଦ୍ଧାର୍ଥଙ୍କ ପାର୍ଥୀବ ଶରୀର

ସ୍ମଶାନରେ ପହଞ୍ଚିଲା ସିଦ୍ଧାର୍ଥଙ୍କ ପାର୍ଥୀବ ଶରୀର

9

ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ସ୍ମଶାନ ଘାଟରେ ପହଞ୍ଚି ସାରିଛି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପାର୍ଥୀବ ଶରୀର । ତାଙ୍କ ମୃତ୍ୟୁକୁ ୨୪ ଘଂଟାରୁ ଉର୍ଦ୍ଧ ସମୟ ହୋଇ ସାରିଥିବାରୁ , ହସ୍ପିଟାଲରୁ ଘରକୁ ନନେଇ, ସିଧା ସ୍ମଶାନକୁ ନିଆ ଯାଇଛି ତାଙ୍କ ପାର୍ଥୀବ ଶରୀର । ଶେହନାଜ୍ ଗିଲ୍ ମଧ୍ୟ ଯାଇ ସେଠାରେ ପହଞ୍ଚିଛନ୍ତି ।

ପ୍ରକାଶ ଥାଉକି, ଗତକାଲି ହୃଦଘାତରେ ସିଦ୍ଧାର୍ଥ ଶୁକ୍ଳାଙ୍କର ଦେହାନ୍ତ ହୋଇଛି ।  ମାତ୍ର ୪୦ ବର୍ଷ ବସୟରେ ସେ ଏ ଦୁନିଆଁକୁ ଅଲବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ତାଙ୍କର ମୃତ୍ୟୁ ଖବରକୁ କେହି ଏତେ ସହଜରେ ବିଶ୍ବାସ ମଧ୍ୟ କରି ପାରୁ ନାହାଁନ୍ତି । ତାଙ୍କ ଦେହାନ୍ତରେ ତାଙ୍କ ପରିବାର ସମେତ ତାଙ୍କ ସମ୍ପର୍କୀୟ,ପ୍ରଶଂସକ,ବନ୍ଧୁ ଏବଂ ଅନେକ କଳାକାର  ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।