Wednesday, November 11, 2026
Home ଆଞ୍ଚଳିକ ‘ଗୃହ ଚଲାଇ ନଦେବାକୁ ବିଜେଡି-କଂଗ୍ରେସ ମଧ୍ୟରେ ହୋଇଛି ଡିଲ୍’

‘ଗୃହ ଚଲାଇ ନଦେବାକୁ ବିଜେଡି-କଂଗ୍ରେସ ମଧ୍ୟରେ ହୋଇଛି ଡିଲ୍’

9

ଭୁବନେଶ୍ୱର,୦୩/୦୯/୨୧ (ଜିଲ୍ଲା ଖବର) :  ଗୃହ ଚଲାଇ ନଦେବାକୁ BJD-କଂଗ୍ରେସ ମଧ୍ୟରେ ହୋଇଛି ଡିଲ୍। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ବିରୋଧୀ ଦଳ ମୁଖ୍ୟ ସଚେତକ  ମୋହନ ମାଝି କହିଛନ୍ତି, ଆଜି ଗୃହ ନ ଚାଲିବା ନେଇ ବିଜେଡି ସହ  ଫିକ୍ସିଂ ଅଭିଯୋଗ ଆଣିଛି ବିଜେପି।

ଗତକାଲି ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଛି । ଭିତିରି ବୁଝାମଣା କରି ଚାଲିଛନ୍ତି ଦୁଇ ଦଳ । `ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ । `ଆଇନଶୃଙ୍ଖଳା ପ୍ରସଙ୍ଗ ଆଲୋଚନା ହୋଇଥିଲେ ସରକାର ଅକଳରେ ପଡ଼ିଥାନ୍ତେ । କଂଗ୍ରେସ ଷ୍ଟାଫ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ଗୃହ ବନ୍ଦ କରିଛି ବୋଲି ଅଭିଯୋଗ ଆଣିଛନ୍ତି ମୋହନ।

ସେପଟେ ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ସେପଟେ ବିଜେପିର ଏହି ସଙ୍ଗୀନ ଅଭିଯୋଗର ଜବାବ ରଖିଛି ବିଜେଡ଼ି ।