Saturday, October 10, 2026
Home ଅପରାଧ କ୍ରାଇମବ୍ରାଞ୍ଚଠୁ ଆଶା ତୁଟିଗଲା-ସୌମ୍ୟଙ୍କ ବାପା

କ୍ରାଇମବ୍ରାଞ୍ଚଠୁ ଆଶା ତୁଟିଗଲା-ସୌମ୍ୟଙ୍କ ବାପା

3

୦୩/୦୯/୨୧ (ଜିଲ୍ଲା ଖବର) :  ଏସିଏଫ ସୌମ୍ୟ ମୃତ୍ୟୁ ମାମଲା । ପଚରାଉଚରା ପରେ ଫେରିଗଲା କ୍ରାଇମବ୍ରାଞ୍ଚ ଟିମ୍ । ବିଦ୍ୟାଭାରତୀ ଓ ତାଙ୍କ ପରିବାରକୁ ଜେରା ପରେ ଫେରିଲା କ୍ରାଇମବ୍ରାଞ୍ଚ। ତେବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ବିଦ୍ୟାଭାରତୀଙ୍କ ପରିବାର ।

ଗତକାଲି ବିଦ୍ୟାଭାରତୀଙ୍କୁ ତାଙ୍କ ଘରେ ମାରାଥନ୍ ଜେରା କରିଥିଲା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିବା ବେଳେ  ପ୍ରାୟ ୭୦ଟି ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ଆଜି ମଧ୍ୟ ବିଦ୍ୟାଭାରତୀଙ୍କୁ ଜେରା କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା । ଏପରିକି ବିଦ୍ୟାଭାରତୀଙ୍କ ଗିରଫଦାରୀକୁ ନେଇ ମଧ୍ୟ ଆଶଙ୍କା କରାଯାଉଥିଲା ।

ଅନ୍ୟପଟେ CBI ତଦନ୍ତ ଦାବି କଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଘଟଣାରେ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ ଆରୁଖ୍ ସଂପୃକ୍ତ ଅଛନ୍ତି । ଜଣେ ପାୱାରଫୁଲ୍ ମନ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଛୁଇଁପାରିବ ତ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା ।

ଓଡ଼ିଶା ସରକାରଙ୍କ ତଦନ୍ତକାରୀ ସଂସ୍ଥା ଉପରେ ଭରସା ନାହିଁ । ଓଡ଼ିଶା ସରକାରଙ୍କ ମୋ ପୁଅକୁ ନ୍ୟାୟ ଦେବେନି ବୋଲି କହିଛନ୍ତି ସୌମ୍ୟଙ୍କ ବାପା । ବିଦ୍ୟାଭାରତୀଙ୍କୁ ଧରିଲେ ସବୁ କଥା ଧରାପଡ଼ିଯିବ । 302, 120 ଦଫାର ମୂଲ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା । ବିଦ୍ୟାଭାରତୀଙ୍କ ଘରକୁ ଯାଇ ତଦନ୍ତ କରିବାର ମାନେ କ’ଣ ?