Sunday, November 15, 2026
Home ଆଞ୍ଚଳିକ ବାଲାଙ୍କୁ ସାହାଯ୍ୟର ହାତ ବଢାଇଲେ ଦୀପିକା

ବାଲାଙ୍କୁ ସାହାଯ୍ୟର ହାତ ବଢାଇଲେ ଦୀପିକା

8

ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ଆଗ୍ରା ସ୍ଥିତ ଶିରୋଜ ହ୍ୟାଙ୍ଗଆଉଟ୍ କାଫେରେ କାର୍ଯ୍ୟ କରୁଥିବା ଏସିଡ୍ ଆଟାକ୍ ସର୍ଭାଇଭର୍ ବାଲା ବର୍ତ୍ତମାନ କିଡନୀ ଫେଲ ଯୋଗୁଁ, ଜୀବନ-ମରଣ ସହ ଲଢେଇ କରୁଛନ୍ତି । ୨୫ ବର୍ଷିୟା ବାଲାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତୀ କରାଯାଇଛି । ତାଙ୍କର ଦୁଇଟି କିଡନୀ ଫେଲ ହୋଇ ଯାଇଛି ।

ଏବେ ଜୀବନ ମରଣ ସହ ଲଢେଇ କରୁଛନ୍ତି ବାଲା । ଶିରୋଜ ହ୍ୟାଙ୍ଗଆଉଟ୍ କାଫେ ତାଙ୍କ ଚିକିତ୍ସା ପାଇଁ ଏକ ଅନଲାଇନ୍ କ୍ରାଉଣ୍ଡ ଫଣ୍ଡିଙ୍ଗ ଅଭିଯାନ ଚଳାଉଛି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନିକଟରେ ଏହି ମାମଲା ପହଞ୍ଚିବା ପରେ, ସେ ୧୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ।

ପ୍ରକାଶ ଥାଉକି, ବାଲା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଫିଲ୍ମ ’ଛପାକ’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ କପିଲ ଶର୍ମାଙ୍କ ଶୋ’ରେ ମଧ୍ୟ ପହଞ୍ଚିଥିଲେ ।

ବର୍ତ୍ତମାନ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ବାଲାଙ୍କର ଚିକିସ୍ବା ଜାରି ରହିଛି । ଦୁଇଟି ଡାଏଲିସିସ୍ ପରେ ଶୀଘ୍ର କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତରମାନେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ : ପରିବାରର ଶତ୍ରୁତା ହେତୁ ବାଲା ଏବଂ ତାଙ୍କ ଜେଜେବାପାଙ୍କ ଉପରେ ଏସିଡ୍ ପକାଇ ଦିଆଯାଇଥିଲା । ଏଥିରେ ତାଙ୍କ ଜେଜେବାପାଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ବାଲାଙ୍କ ବେକ, ହାତ ଆଉ ମୁହଁ ଖରାପ ହୋଇଯାଇଥିଲା । ଏହି ଦୁର୍ଘଟଣା ପରେ ବାଲା ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ୧୨ ଟି ଅସ୍ତ୍ରୋପଚାର ପରେ ତାଙ୍କ ଜୀବନ ରକ୍ଷା କରାଯାଇଥିଲା । ଏବେ ପୁଣି ଥରେ ଗୁରୁତର ରୋଗରେ ପୀଡିତ ବାଲାଙ୍କୁ ଔଷଧ ଏବଂ ପ୍ରାର୍ଥନା ଆବଶ୍ୟକ  ।