Tuesday, October 13, 2026
Home ଅପରାଧ ନୂଆ ସରକାର ଗଢିବ ତାଲିବାନ, ମୁଖ୍ୟ ହେବେ ହୈବତୁଲ୍ଲା ଅଖୁନ୍ଦଜାଦା

ନୂଆ ସରକାର ଗଢିବ ତାଲିବାନ, ମୁଖ୍ୟ ହେବେ ହୈବତୁଲ୍ଲା ଅଖୁନ୍ଦଜାଦା

6

୦୩/୦୯/୨୧ (ଜିଲ୍ଲା ଖବର) :  ଆଜି ଆଫଗାନିସ୍ତାନରେ ସରକାର ଗଠନ ନେଇ ଘୋଷଣା କରିପାରେ ତାଲିବାନ । ତାଲିବାନ ହେଡ୍ ହୈବତୁଲ୍ଲା ଅଖୁନ୍ଦଜାଦା ହେବେ ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ । ଆଫଗାନିସ୍ତାନର ପରବର୍ତ୍ତୀ ସରକାରରେ ପ୍ରଧାନମନ୍ତ୍ରୀ ପଦ ରହିବ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

‘ତାଲିବାନ୍‌ କଲ୍‌ଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ ।

ଅଗଷ୍ଟ ୧୫ ରେ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା। ଏହି ସପ୍ତାହରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଦେଶକୁ ନିୟନ୍ତ୍ରଣକୁ ନେଇଥିବା ଇସଲାମୀୟ ମିଲିଟାଣ୍ଟ ଗ୍ରୁପ୍‌ ନୂତନ ସରକାର ଗଠନକୁ ସମ୍ପୂର୍ଣ୍ଣ ସାମ୍ରାଜ୍ୟରେ ଶାସନ କରିବାକୁ ଅପେକ୍ଷା କରିଛି । ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନ ସେମାନଙ୍କ ବିଜୟରେ ଆନନ୍ଦିତ ହୋଇ ଦଶନ୍ଧି ଧରି ଯୁଦ୍ଧ ପରେ ଦେଶରେ ଶାନ୍ତି ଏବଂ ନିରାପତ୍ତା ଆଣିବାର ପ୍ରତିଶ୍ରୁତି ଦୋହରାଇଥିଲା ।