
୦୩/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ସଂକ୍ରମଣ ଉପରମୁହାଁ ରହିଥିବାବେଳେ ମୃତ୍ୟୁ ସଂଖ୍ୟାରେ ମିଳିଛି ଆଶ୍ୱସ୍ତି । ଗତକାଲି 6 ଜଣଙ୍କର କୋରନାରେ ମୃତ୍ୟୁ ହୋଇଥିବାବେଳେ ଆଜି 7 ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅନ୍ୟପଟେ ଓଡ଼ିଶାରେ ପୁରୁଣା ଡେଥ୍ ଅଡିଟ ସରିଛି । ଏଣିକି ସବୁଦିନ ଯେତିକି ମୃତ୍ୟୁ ହେବ, ତା’ର ଅଡିଟ୍ କରି ରିପୋର୍ଟ ପ୍ରଦାନ କରାଯିବ । ଫଳରେ କରୋନା ମୃତ୍ୟୁ ନେଇ ସଠିକ୍ ରିପୋର୍ଟ ପ୍ରକାଶ ପାଇବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସ୍ପଷ୍ଟ କରାଯାଇଛି ।
ସେହିପରି ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ, ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି ।


