
ଭୁବନେଶ୍ୱର, ୦୩/୦୯/୨୧ (ଜିଲ୍ଲା ଖବର) : ଓଡିଶା ସମବାୟ ଗୃହ ନିର୍ମାଣ ନିଗମର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଆମରଣ ଅନଶନ । ଅବସରକାଳିନ ଲିଭ ସାଲେରି,ଜିଏସଇଲଆଇ,ସିକ୍ୟୁରୀଟି ଡିପୋଜିଟ ଏବଂ ଅନ୍ୟାନ୍ୟ ଟଙ୍କା ବାକି ରହିଛି ଅଵସର ପ୍ରାପ୍ତ କର୍ମଚାରୀ ମାନଙ୍କର ।
ବାରମ୍ବାର ପରିଚାଳନା ବିଭାଗର ନିର୍ଦେଶିକାଙ୍କୁ ଦେଖା କରିବାକୁ ଆସି ହଇରାଣ ହେଉଥିଲେ ମଧ୍ୟ ସେମାନଙ୍କ ଟଙ୍କା ପଇଠ ହେଉନାହିଁ । ତେଣୁ ସେମାନେ ଗତକାଲି ଠାରୁ ଓଡିଶା ସମବାୟ ଗୃହ ନିର୍ମାଣ ନିଗମ ଆଗରେ ଆମରଣ ଅନଶନରେ ବସିଛନ୍ତି ।


