Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Vivek Oberoi

ଜନ୍ମଦିନର ଶୁଭେଚ୍ଛା ! Vivek Oberoi

9

ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା Vivek Oberoi ଙ୍କ ଆଜି ଜନ୍ମଦିନ । ୩ ସେପ୍ଟେମ୍ବର ୧୯୭୬ରେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ । ନିଜ ପରିବାର ସହିତ ସେ ଏବେ ମୁମ୍ବାଇର ଜୁହୁ ସ୍ଥିତ ଏକ ଆଲିଶାନ୍ ବଙ୍ଗଳାରେ ରହୁଛନ୍ତି ।  ଆଜି ସେ ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ନିଜ ଅଭିନୟ ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି ।

୨୦୦୨ରେ ରାମଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ’Company’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ଯେଉଁଥିପାଇଁ  ତାଙ୍କୁ ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ ମେଲ ଆଓ୍ବାର୍ଡ ମଧ୍ୟ ମିଳିଥିଲା । ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ଅନେକ ଉତ୍ଥାନ-ପତନ ଦେଇ ସେ ଗତି କରିଛନ୍ତି । ଏହାରି ମଧ୍ୟରେ ବି ନିଜର ଅଭିନୟକୁ ଜାରି ରଖିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ନିଜ ଅଭିନୟ ବ୍ୟତୀତ ତାଙ୍କ ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ରହିଛି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ  ଅନେକ ଅନେକ ଶୁଭକାମନା ।