
୦୩/୦୯/୨୧ (ଜିଲ୍ଲା ଖବର) : ଆଜି ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ନେଇ ୪୫ ଜଣ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ କୁଳପତିଙ୍କ ସହ ଏହା କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଅନୁଷ୍ଠାନିକ ବୈଠକ ହେବ ବୋଲି ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ।
ବୈଠକରେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟ, ଅଫଲାଇନ ଓ ଅନଲାଇନ ଶିକ୍ଷା ସହ ନୂତନ ଏକାଡେମିକ ଅଧିବେଶନ ଆରମ୍ଭ ସମ୍ପର୍କରେ ଆଲୋଚନା କରାଯିବ । ଏହାସହ ଶିକ୍ଷାନୁଷ୍ଠାନ ପାଇଁ ଗ୍ଲୁ ଗ୍ରାଣ୍ଟ ଓ ସ୍ବାଧିନତାର ୭୫ ବର୍ଷର ଉତ୍ସବ ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯିବ ।


