
ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ବିଗବସ ୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳା ସବୁଦିନ ପାଇଁ ଏ ଦୁନିଆଁ ଛାଡି ଚାଲି ଯାଇଛନ୍ତି ଆରପାରିକୁ । ମାତ୍ର ୪୦ ବର୍ଷ ବୟସରେ ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ସିଦ୍ଧାର୍ଥ, ମା’ଙ୍କର ଅତି ପ୍ରିୟ ଥିଲେ । ତାଙ୍କ ଦେହାନ୍ତର କିଛି ଦିନ ପୂର୍ବରୁ ହିଁ ସେ ତାଙ୍କ ମା’ଙ୍କ ପାଇଁ ଏକ ପୋଷ୍ଟ ଲେଖିଥିଲେ । ଉକ୍ତ ପୋଷ୍ଟରେ ମା’ଙ୍କ ସହ ଥିବା ତାଙ୍କର ନିବିଡ ସମ୍ପର୍କ ବିଷୟରେ ସେ ଜଣାଇଥିଲେ ।
ମା’ଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଥିଲେ ଯେ, ‘ବାହାରକୁ ଲୋକେ ମୋତେ ଖୁବ୍ ରଫ ଆଣ୍ଡ ଟଫ ବୋଲି ଭାବିଥାନ୍ତି। ହେଲେ ଏମିତି ଜଣେ ବ୍ୟକ୍ତି ଯାହା ପାଖରେ ମୁଁ ସବୁବେଳେ ଭାବୁକ ହୋଇଯାଏ । ସେ ହେଉଛନ୍ତି ମୋ ମା’ । ମୋ ଜନ୍ମ ସମୟରୁ ମା’ ମୋ ଜୀବନରେ ସବୁଠାରୁ ମହତ୍ବପୂର୍ଣ୍ଣ ଅଟନ୍ତି । ତିନି ଭାଇ ଭଉଣୀଙ୍କ ମଧ୍ୟରେ ମୁଁ ସବୁଠାରୁ ଛୋଟ ଥିଲି । ଯେଉଁଥିପାଇଁ ମୋ ଭଉଣୀ ମାନଙ୍କ ସହ କଥା ସେୟାର କରି ପାରୁ ନଥିଲି । ଏଥିପାଇଁ ମା’ଙ୍କ ସହ ସବୁବେଳେ ରହୁଥିଲି ।
ସେ ଏକଥା ମଧ୍ୟ ଲେଖିଥିଲେ ଯେ, ‘ଯେତେବେଳେ ମୁଁ ଛୋଟଥିଲି ,ଯଦି ମା’ଙ୍କ ବିନା ଏକ ସେକେଣ୍ଡ ବି ରହିବାକୁ ପଡୁଥିଲା, ତେବେ ମୁଁ କାନ୍ଦିବା ଆରମ୍ଭ କରି ଦେଉଥିଲି । ସେ ରୁଟି ବନାଇବା ସମୟରେ ମଧ୍ୟ ମତେ ଗୋଟେ ହାତରେ ଧରୁଥିଲେ ଏବଂ ଅନ୍ୟ ହାତରେ ରୁଟି ପ୍ରସ୍ତୁତ କରୁଥିଲେ । ଆଉ ଯେତେବେଳେ ମୁଁ ବଡ ହେଲି, ସେତେବେଳେ ସେ ମୋ ବେଷ୍ଟ ଫ୍ରେଣ୍ଡ ହୋଇଗଲେ । ମୁଁ ତାଙ୍କ ସହ ସବୁ କଥା ସେୟାର କରୁଥିଲି । ଯେଉଁ ସମୟରେ ପିଲାମାନେ ବାପା-ମା’ଙ୍କ ପାଖରେ କଥା ଲୁଚାଇ ଥାଆନ୍ତି,କିନ୍ତୁ ମୁଁ ତୁରନ୍ତ ସବୁ କଥା କହି ଦେଇଥାଏ ।
୧୫ ବର୍ଷ ପୂର୍ବରୁ ଯେତେବେଳେ ମୋ ପିତାଙ୍କର ଦେହାନ୍ତ ହୋଇଥିଲା ,ତ ସେତେବେଳେ ମତେ ଏମିତି ଲାଗିଥିଲି ଯେମିତି ମୋ ଦୁନିଆଁ ଏଇଠି ସରିଗଲା । କିନ୍ତୁ ମୋ ମା’ ହେଉଛନ୍ତି ଜଣେ ଷ୍ଟ୍ରଙ୍ଗ୍ ଲେଡି । ସେ ଆମ ତିନି ଭାଇ ଭଉଣୀଙ୍କ ଦେଖାଶୁଣା କରିଥିଲେ । ଆମର ସବୁ ଇଚ୍ଛା ପୁରଣ କରିଥିଲେ । ସେ ବହୁତ୍ କିଛି ତ୍ୟାଗ କରିଛନ୍ତି । ମୁଁ ମଡେଲିଂ ଦୁନିଆଁକୁ ଆସିବା ପଛରେ ମା’ଙ୍କର ସବୁଠୁ ବଡ ହାତ ଅଛି । ସେ ହିଁ ମତେ ପଠାଇଥିଲେ । ଯେଉଁଠି ମୁଁ ଜିତିଥିଲି । ବିଗବସରେ ଥିବା ସମୟରେ ପ୍ରଥମ ଥର ପାଇଁ ମୁଁ ମା’ ଙ୍କ ସହ କଥା ନହୋଇ ୩ ମାସ ରହିଥିଲି । ଆଉ ଯେତେବେଳେ ସେଟରେ ମତେ ମା’ଙ୍କ ଚିଠି ମିଳିଥିଲା, ସେତେବେଳେ ମୁଁ ସେ ଚିଠିକୁ ତାଙ୍କ ସ୍ବରରେ ପଢିଥିଲି । ମତେ ଏମିତି ଲାଗିଥିଲା ଯେମିତି ସେ ମୋ ପାଖରେ ଅଛନ୍ତି । ମୁଁ ନିଜକୁ ଦୁନିଆଁରେ ସବୁଠାରୁ ଭାଗ୍ୟଶାଳୀ ବୋଲି ଭାବେ । କାହିଁକି ନାଁ, ମୁଁ ତାଙ୍କ ମୁହଁରେ ହସ ଫୁଟାଇବାରେ ସଫଳ ହୋଇଥିଲି । ସେ ମୋ ପାଇଁ ସବୁକିଛି । ଆଜି ବି ମୋ ମା’ ହେଉଛନ୍ତି ମୋ ଆଙ୍କର । କାହିଁକି ନାଁ, ସେ ସବୁବେଳେ ମତେ ଉପଦେଶ ଦିଅନ୍ତି ‘ ।
ହେଲେ ଦେଖିବାକୁ ଗଲେ ଆଜି ଭାଗ୍ୟ ଏମିତି ଏକ ଖେଳ ଖେଳି ଦେଲା ଯେ,ଯିଏ ଦୁଇ ମିନିଟ ବି ମା’ଙ୍କୁ ଛାଡି ରହି ପାରୁ ନଥିଲେ, ସେ ଆଜି ସବୁଦିନ ପାଇଁ ମା’ଙ୍କୁ ଛାଡି ଚାଲିଗଲେ । ଆଉ ଏବେବି ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ତାଙ୍କ ମା’ ।






