
୦୩/୦୯/୨୧ (ଜିଲ୍ଲା ଖବର) : ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଆଉ ଏକ ପଦକ । ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ବର୍ତ୍ତମାନ ୧୧ରେ ପହଞ୍ଚିଛି । ପ୍ରବୀଣ ୨.୦୭ ମିଟର ଡେଇଁ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି ।
ପାରା ଅଲିମ୍ପିକ୍ସରେ ହାଇ ଜମ୍ପରେ ଭାରତ ୪ଟି ପଦକ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବୀଣଙ୍କୁ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପଦକ ଜିତିବାରେ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ‘ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ କୁମାର ଆମ ପାଇଁ ଗର୍ବ । ଏହି ପଦକ ହେଉଛି ତାଙ୍କର କଠିନ ପରିଶ୍ରମ ଏବଂ ଅନନ୍ୟ ଉତ୍ସର୍ଗର ଫଳାଫଳ । ତାଙ୍କୁ ଅଭିନନ୍ଦନ, ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।



