Sunday, November 15, 2026
Home ଆଞ୍ଚଳିକ ଆଉ କେଇ ଘଂଟା ପରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର

ଆଉ କେଇ ଘଂଟା ପରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର

13

ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ଗତକାଲି ମାତ୍ର ୪୦ ବର୍ଷ ବୟସରେ ଏ ଦୁନିଆଁକୁ ଅଲବିଦା କରି ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ସୂଚନା ଅନୁଯାୟୀ, ଆଜି ଦିନ ୧ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ  । ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ବନ୍ଧୁ,ପରିଜନ ତାଙ୍କ ଘରେ ଯାଇ ପହଞ୍ଚୁଛନ୍ତି । ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି  ସେଠାରେ ଗହଳି ନ ହେବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ପ୍ରକାଶ ଥାଉକି, ଅଭିନେତା ତଥା ବିଗବସ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଛି । ହଠାତ୍ ତାଙ୍କର ଦେହାନ୍ତ ହେବାକୁ କେହି ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି । ତାଙ୍କର ପରିବାର ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ, ଚାରିଆଡେ ଶୋକର ଲହରୀ ଖେଳି ଯାଇଛି ।