
ନୂଆଦିଲ୍ଲୀ, ୦୩/୦୯/୨୧ (ଜିଲ୍ଲା ଖବର) : ଖାସକରି ଖଳନାୟକ ଭୂମିକାରେ ନିଜର ପରିଚୟ ସୃଷ୍ଟି କରିଥିବା ଶକ୍ତି କପୁରଙ୍କ ଆଜି ଜନ୍ମଦିନ । ନେଗେଟିଭ ରୋଲ ପାଇଁ ସେ ବେଶ ପରିଚିତ । ନିଜର ଦମଦାର ଅଭିନୟରେ ସବୁବେଳେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଏକ ପଞ୍ଜାବୀ ପରିବାରରୁ ଆସିଥିବା ଶକ୍ତି ,୭୦୦ରୁ ଉର୍ଦ୍ଧ ଫିଲ୍ମରେ ନିଜର ଯାଦୁ ଦେଖାଇ ସାରିଛନ୍ତି ।
ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି Sunil Sikanderlal Kapoor ଅଟେ । ହେଲେ ସେ ଫିଲ୍ମରେ ଖଳନାୟକ ଭୂମିକା ପାଇଁ ନିଜ ନାଁ ଶକ୍ତି କପୁର ରଖିଥିଲେ ।
୧୯୭୫ରେ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ନିଜ ପ୍ରତିଭା ବଳରେ ସେ ବେଶ ସଫଳତା ମଧ୍ୟ ହାସଲ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।



