Tuesday, November 17, 2026
Home ଆଞ୍ଚଳିକ ଲଗାଣ ବର୍ଷାରେ ବେହାଲ ରାଜଧାନୀ, ଗଛପଡି ରାସ୍ତା ଅବରୋଧ

ଲଗାଣ ବର୍ଷାରେ ବେହାଲ ରାଜଧାନୀ, ଗଛପଡି ରାସ୍ତା ଅବରୋଧ

8

ନୂଆଦିଲ୍ଲୀ, ୦୨/୦୯/୨୧ (ଜିଲ୍ଲା ଖବର) : ଲଗାଣ ବର୍ଷାରେ ବେହାଲ ରାଜଧାନୀ। ଗଛପଡି ରାସ୍ତା ଅବରୋଧ ହୋଇଛି। ରାଜଧାନୀ ଦିଲ୍ଲୀରେ ଦୁଇ ଦିନର ଲଗାତାର ବର୍ଷା ଫଳରେ ଲୋକଙ୍କ ସମସ୍ୟା ଦୁଇ ଗୁଣିତ ହୋଇଛି। ବର୍ଷାରେ ଅନେକ ଜାଗାରେ ପାଣି ଅଟକି ରହିଥିବା ବେଳେ ଅନେକ ଜାଗାରେ ଗଛ ମଧ୍ୟ ଉପୁଡି ପଡିଛି। ଏହା ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି।

ଅନେକ ମୁଖ୍ୟ ରାସ୍ତା ସହିତ ଗଳି ରାସ୍ତାରେ ମଧ୍ୟ ଗଛ ଉପୁଡି ପଡିଛି। ଟ୍ରାଫିକ ପୋଲିସ ପକ୍ଷରୁ ଅନେକ ଜାଗାରେ ବ୍ୟାରିକେଡ଼ ହେବା ଫଳରେ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି।