Thursday, November 12, 2026
Home ଆଞ୍ଚଳିକ ନାରବାଜି ଓ ହଟ୍ଟଗୋଳ ଯୋଗୁଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନାରବାଜି ଓ ହଟ୍ଟଗୋଳ ଯୋଗୁଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

6

ଭୁବନେଶ୍ଵର, ୦୨/୦୯/୨୧ (ଜିଲ୍ଲା ଖବର) : ନାରବାଜି ଓ ହଟ୍ଟଗୋଳ ଯୋଗୁଁ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ। ସର୍ବଦଳୀୟ ବୈଠକ ପରେ ଗୃହରେ ବାଚସ୍ପତି ଏହି ସୂଚନା ଦେଇଛନ୍ତି। ମରୁଡ଼ି ପରିସ୍ଥିତି ନେଇ କଂଗ୍ରେସ ସଦସ୍ୟଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ପୁନର୍ବାର ଆଲୋଚନା ପାଇଁ ସରକାର ବିହିତ ପଦକ୍ଷେପ ନେବେ ବୋଲି ବାଚସ୍ପତି କହିଛନ୍ତି।

 ଗତକାଲି ମରୁଡ଼ି ଆଲୋଚନାରେ ରାଜସ୍ବ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଅଡ଼ି ବସିଛି କଂଗ୍ରେସ। ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଅଟଳ ରହିଛି।