Sunday, November 15, 2026
Home ଆଞ୍ଚଳିକ ମଧୁବାଲାଙ୍କ ବାୟୋପିକ କରିବାକୁ କ୍ରୀତିଙ୍କ ଇଚ୍ଛା

ମଧୁବାଲାଙ୍କ ବାୟୋପିକ କରିବାକୁ କ୍ରୀତିଙ୍କ ଇଚ୍ଛା

7

ନୂଆଦିଲ୍ଲୀ, ୦୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କ୍ରୀତି ସାନନ୍ ଏବେ ତାଙ୍କ ଫିଲ୍ମ ’ମିମି’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏଥିରେ ସେ ଜଣେ ସରୋଗେଟ ମଦର ଭୂମିକାରେ ଅଭିନୟ କରିଛନ୍ତି । ଏହି ଭୂମିକାରେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା ମଧ୍ୟ କରା ଯାଉଛି । ତେବେ ଫିଲ୍ମର ସଫଳତାକୁ ନେଇ ସେ ଏବେ ତାଙ୍କର ଖୁସି ବାଣ୍ଟୁଛନ୍ତି ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତ୍ରୀଙ୍କ ବାୟୋପିକ୍‌ ଉପରେ କାମ କରିବା ନେଇ ଇଛା ପ୍ରକାଶ ମଧ୍ୟ କରିଛିନ୍ତି।

ନିକଟରେ କ୍ରୀତି ସାନନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ବରିଷ୍ଠ ଅଭିନେତ୍ରୀ ମଧୁବାଲା ଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି । ଏହାକୁ ନେଇ ସେ ବେଶ ଉସ୍ବାହିତ ମଧ୍ୟ ଅଛନ୍ତି । ସେ କହିଛନ୍ତି ଯେ, ଆମ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଆଇକୋନିକ୍ ପର୍ସନାଟିଲିଜ୍ ଅଛନ୍ତି, ଯେଉଁମାନଙ୍କ ଜୀବନ କାହାଣୀ ବିଷୟରେ ଲୋକେ ବହୁତ୍ କିଛି  ଜାଣନ୍ତି ନାହିଁ । କିନ୍ତୁ ଲୋକେ ସେମାନଙ୍କ ବିଷୟରେ ଜାଣିବା ଦରକାର ।   

କେବଳ ଏତିକି ନୁହେଁ, ଏହା ସହିତ କ୍ରୀତି ଏକଥା ମଧ୍ୟ କହିଛନ୍ତି ଯେ, ମୁଁ ମଧୁବାଲାଙ୍କ ବ୍ୟତୀତ ମୀନା କୁମାରୀ ଙ୍କ ବାୟୋପିକରେ ବି କାମ କରିବାକୁ ଚାହୁଁଛି । ଉଭୟ ତାଙ୍କ ସମୟର ଆଇକନ୍ ଥିଲେ ।

 କ୍ରୀତି ସାନନ ଏବେ ୬୦ ଦଶକର ବରିଷ୍ଠ ଅଭିନେତ୍ରୀଙ୍କ ଭୂମିକାରେ କାମ କରିବାକୁ ଆଗ୍ରହ ଦେଖାଇଛନ୍ତି। ଅନ୍ୟପଟେ କ୍ରୀତିଙ୍କ କାମର କଥା ଦେଖିବାକୁ ଗଲେ, ତାଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ଅଛି।