Wednesday, November 11, 2026
Home ଆଞ୍ଚଳିକ ଆରପାରିରେ ସିଦ୍ଧାର୍ଥ ଶୁକ୍ଳା

ଆରପାରିରେ ସିଦ୍ଧାର୍ଥ ଶୁକ୍ଳା

11

ନୂଆଦିଲ୍ଲୀ,୦୨/୦୯/୨୧ (ଜିଲ୍ଲା ଖବର) : ବିଗବସ ୧୩ର ବିଜେତା ତଥା ଟେଲିଭିଜନ ଓ ଫିଲ୍ମ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଆଉ ଏ ଦୁନିଆଁରେ ନାହାଁନ୍ତି । ମାତ୍ର ୪୦ ବର୍ଷ ବୟସରେ ସେ ଏ ଦୁନିଆକୁ ଅଲବିଦା କରି ଚାଲି ଯାଇଛନ୍ତି । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।  ମୁମ୍ବାଇର କପୁର ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଟେଲି ଧାରାବାହିକ ‘ବାଳିକା ବଧୁ’ରେ ସିଦ୍ଧାର୍ଥ ତାଙ୍କର ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ ପରିଚିତ ହୋଇଥିଲେ। ଏଥିରେ ସେ ତାଙ୍କ ଅଭିନୟକୁ ନେଇ ବେଶ ଭଲପାଇବା ଏବଂ ଲୋକପ୍ରିୟତା ସାଉଣ୍ଟିଥିଲେ ।

ସିଦ୍ଧାର୍ଥ ଶୁକ୍ଳା ଦେହାନ୍ତ ଖବର ପାଇବା ପରେ ତାଙ୍କ ପରିବାର ସମେତ ଚାଲିଆଡେ ଶୋକର ଲହରୀ ଖେଳି ଯାଇଛି ।

ପ୍ରକାଶ ଥାଉକି, ୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ । ମଡେଲ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସିଦ୍ଧାର୍ଥ ଶୁକ୍ଳା । ଏହାପରେ ତାଙ୍କୁ ଟେଲି ଧାରାବାହିକ, ‘ବାବୁଲ କା ଆଙ୍ଗନ୍ ଛୁଟେ ନା’ରେ ମୁଖ୍ୟ ଭୂମିକା ମିଳିଥିଲା । ‘ବାଳିକା ବଧୁ’ ତାଙ୍କୁ ଘରେ ଘରେ ବେଶ ଲୋକପ୍ରିୟ କରାଇଥିଲା ।    Share