
୦୨/୦୯/୨୧ (ଜିଲ୍ଲା ଖବର) : ଋଷରେ ନିଜର ପରାକ୍ରମ ଦେଖାଇବ ଭାରତ। ସେପ୍ଟେମ୍ବର ୩ରୁ ୧୬ ଯାଏ ଆୟୋଜିତ ହେବାକୁ ଥିବା ବହୁ ରାଷ୍ଟ୍ରୀୟ ସାମରିକ ଅଭ୍ୟାସ ‘ଜାପାଦ’ ରେ ଅଂଶଗ୍ରହଣ କରିବେ ଭାରତୀୟ ସୈନିକ ।
ଏଥିରେ ଭାରତ ସମେତ ୧୭ଟି ଦେଶ ଅଂଶଗ୍ରହଣ କରିବେ । ଏହି ଅଭ୍ୟାସ ସେପ୍ଟେମ୍ବର ୩ରୁ ୧୬ ଯାଏ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଚୀନ ଓ ପାକିସ୍ତାନ ମଧ୍ୟ ଅଂଶଗ୍ରହଣ କରିବେ ।
ଏହି ସମରାଭ୍ୟାସ ପାଇଁ ଭାରତ ନିଜର ନାଗା ରେଜିମେଣ୍ଟର ୨୦୦ ସୈନ୍ୟଙ୍କୁ ଋଷ ପଠାଇଛି । ବିଭିନ୍ନ ରାଷ୍ଟ୍ର ସହ ସାମରିକ ସମ୍ପର୍କ ବୃଦ୍ଧି ସହ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଉପରେ ଧ୍ୟାନ ଦେବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।



