Thursday, November 12, 2026
Home ଆଞ୍ଚଳିକ ବିଧାନସଭା : ଆଜି ମଧ୍ୟ ଉଠିପାରେ ମରୁଡି ପ୍ରସଙ୍ଗ

ବିଧାନସଭା : ଆଜି ମଧ୍ୟ ଉଠିପାରେ ମରୁଡି ପ୍ରସଙ୍ଗ

9

ଭୁବନେଶ୍ଵର, ୦୨/୦୯/୨୧ (ଜିଲ୍ଲା ଖବର) : ମଣ୍ଡି ସମସ୍ୟା ପରେ ଏବେ ବିଧାନସଭାରେ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ମରୁଡ଼ି ସ୍ଥିତି । ପ୍ରଥମ ଦିନ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ବିରୋଧୀ ଓ ଶାସକ ଦଳ । ଆଜି ମଧ୍ୟ ବିଧାନସଭାରେ ମରୁଡି ପ୍ରସଙ୍ଗ ଉଠିପାରେ । କୃଷିମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧୀ ସନ୍ତୁଷ୍ଟ ନାହାନ୍ତି ।

 ଗତ ଅଧିବେଶନ ସମୟରେ ମଣ୍ଡି ସମସ୍ୟାକୁ ନେଇ 7 ଦିନ ଗୃହ ଅଚଳ କରିଥିଲେ ବିରୋଧୀ । ତେବେ  ବିଧାନସଭାରେ ଗତକାଲି ୭ଟି ବିଲ ଉପସ୍ଥାପିତ ହୋଇଥିଲା।