Thursday, November 12, 2026
Home ଆଞ୍ଚଳିକ ଗତ ୨୪ ଘଣ୍ଟାରେ ହୋଇଛି ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା

ଗତ ୨୪ ଘଣ୍ଟାରେ ହୋଇଛି ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା

11

ଭୁବନେଶ୍ଵର, ୦୨/୦୯/୨୧ (ଜିଲ୍ଲା ଖବର) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଜଗତସିଂହପୁରରେ ସର୍ବାଧିକ ୫୯ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ବର ସୋରରେ ସର୍ବନିମ୍ନ ୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

 ଏଥିସହ ଜୁନରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୬୬୬.୧ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ବାଭାବିକ ଠାରୁ ୨୯ ପ୍ରତିଶତ କମ । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସ୍ବାଭାବିକଠାରୁ କମ ବୃଷ୍ଟିପାତ ହୋଇଛି।

ଭଦ୍ରକ, ବଲାଙ୍ଗିର ଓ ଯାଜପୁର ଜିଲ୍ଲାରେ ସବୁଠୁ କମ ବର୍ଷା ହୋଇଥିବାରୁ ଏହି ଜିଲ୍ଲାରେ ମରୁଡ଼ି ଆଶଙ୍କା ଅଧିକ ରହିଛି । ତେବେ ଆଗାମୀ ୨ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।