
୦୨/୦୯/୨୧ (ଜିଲ୍ଲା ଖବର) : ଖୋଲିପାରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟ ମାମଲାର ରହସ୍ୟ । ବିଦ୍ୟାଭାରତୀଙ୍କୁ ଜେରା ପାଇଁ ପ୍ରସ୍ତୁତ ହେଉଛି କ୍ରାଇମବ୍ରାଞ୍ଚ। କିଛିଦିନ ଶୋଇ ରହିବା ପରେ ଏବେ ପୁଣି ଆକ୍ଟିଭ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚ ଟିମ୍ ।
ବୁଧବାର ବାଲେଶ୍ବର ଯାଇ ସୌମ୍ୟଙ୍କ ପରିବାର ସହ ଆଲୋଚନା କରିଥିବାବେଳେ ବିଦ୍ୟାଭାରତୀଙ୍କୁ ଜେରା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଜେରା ପରେ ସୌମ୍ୟଙ୍କ ମୃତ୍ୟୁର ରହସ୍ୟରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଖୁସି ନାହାନ୍ତି ସୌମ୍ୟଙ୍କ ବାପା । ଗଜପତି ପୋଲିସ ଭଳି କ୍ରାଇମବ୍ରାଞ୍ଚ କାମ କରୁଥିବା ସେ ଅଭିଯୋଗ କରିଛନ୍ତି । ସିବିଆଇ ତଦନ୍ତ କଲେ ପ୍ରକୃତ ରହସ୍ୟ ଖୋଲିବ ବୋଲି କହିଛନ୍ତି ଅଭିରାମ ।



