
ନୂଆଦିଲ୍ଲୀ, ୦୨/୦୯/୨୧ (ଜିଲ୍ଲା ଖବର) : ସାଉଥ ସିନେମାର ସୁପରଷ୍ଟାର ପବନ କଲ୍ୟାଣଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି । ୨ ସେପ୍ଟେମ୍ବର ୧୯୭୧ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି Konidela Kalyan Babu ଅଟେ । ଅଭିନୟ ସହିତ ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଟନ୍ତି । ୧୯୯୭ରେ ସେ ତେଲୁଗୁ ସିନେମା ‘Gokulamlo Seeta ’ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହାପରେ ଅନେକ ହିଟ ଫିଲ୍ମରେ ସେ କାମ କରିଛନ୍ତି । ‘ବଦ୍ରି’,’ପୁଲି’, ‘ଗବର ସିଂହ’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।
ରାଜନୀତି, ଅଭିନୟରେ ସକ୍ରିୟ ରହିବା ସହିତ, ସେ ନିର୍ଦ୍ଦେଶକ,ଗାୟକ,ସ୍କ୍ରୀନ ରାଇଟର ମଧ୍ୟ ଅଟନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।


