Friday, November 13, 2026
Home ଆଞ୍ଚଳିକ ବିଧାନସଭାରେ ମାହଙ୍ଗା ଡବଲ ମର୍ଡର ତାତି; ଗୃହ ଭିତରେ ଓ ବାହାରେ ବିଜେପି ବିଧାୟକ ଦଳର...

ବିଧାନସଭାରେ ମାହଙ୍ଗା ଡବଲ ମର୍ଡର ତାତି; ଗୃହ ଭିତରେ ଓ ବାହାରେ ବିଜେପି ବିଧାୟକ ଦଳର ବିକ୍ଷୋଭ

5

ଭୁବନେଶ୍ଵର, ୦୨/୦୯/୨୧ (ଜିଲ୍ଲା ଖବର) : ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ହୁଲସ୍ତୁଲ ହୋଇଛି। ବିଜେପିର ବିଧାୟକ ମାନେ ଗୃହ ଭିତରେ ଓ ବାହାରେ ଏନେଇ ବିକ୍ଷୋଭ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗି଼ଡି ଯାଇଛି ବୋଲି ଦଳ କହିଛି। ବିଜେଡିର ୬ରୁ ଅଧିକ ବିଧାୟକଙ୍କ ନାମରେ ଗୁରୁତର ମାମଲା ଅଛି ବୋଲି ଦଳ କହିଛି।

 ମାହାଙ୍ଗା ଡବଲ ମର୍ଡର କେସ୍ ଉଠାଇ ଦଳ କହିଛି ଯେ, ଯଦି ସେଥିରେ ସଂପୃକ୍ତ ଥିବା ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ନ କରାଯାଏ ତେବେ ତଦନ୍ତ ଠିକ ହୋଇ ପାରିବ ନାହିଁ ବୋଲି ବିଜେପି କହିଛି। ଗୃହ ସାଢେ ୧୦ଟା ଯାଏଁ ମୁଲତବୀ ରହିଛି।