Wednesday, November 11, 2026
Home ଆଞ୍ଚଳିକ ସାମ୍ନାକୁ ଆସିଲା ମାନବବାଦ ସଂଗଠନର ଆଉ ଏକ ଚିତ୍ର, ଝିଅ ସଙ୍ଖା ସିନ୍ଦୁର ପିନ୍ଧିଥିଲା ବୋଲି...

ସାମ୍ନାକୁ ଆସିଲା ମାନବବାଦ ସଂଗଠନର ଆଉ ଏକ ଚିତ୍ର, ଝିଅ ସଙ୍ଖା ସିନ୍ଦୁର ପିନ୍ଧିଥିଲା ବୋଲି ଫେରିଗଲା ବର

7

ଖୋର୍ଦ୍ଧା, ୦୨/୦୯/୨୧ (ଜିଲ୍ଲା ଖବର) : ବଢ଼ିବାରେ ଲାଗିଛି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଅଡ଼ୁଆ । ଗୋଟିଏ ଘଟଣା ଥମିନଥିବା ବଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବେଦୀ ବନ୍ଧା ହୋଇ ,ଝିଅ ମଙ୍ଗୁଳା ହୋଇ ରହିଥିଲା , ବର ଆସିଲେ ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ ଝିଅ ଘର ଦୁଆରମୁଁହକୁ ଆସି ଫେରିଗଲା ବର । ଯାହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । କାରଣ ହେଉଛି କାହିଁକି ଝିଅ ହାତରେ ସଙ୍ଖା ,ମଥାରେ ସିନ୍ଦୁର ପିନ୍ଧିଥିଲା ଓ ଦୁଆରେ ବେଦୀ ବନ୍ଧା ହୋଇଥିଲା ।

ଏଭଳି ଘଟଣା ଦୀର୍ଘ ଦଶ ବର୍ଷ ତଳେ ବେଗୁନିଆ ନିକଟସ୍ଥ କୁଶପପଲ୍ଲା ଗ୍ରାମରେ ଘଟିଥିଲା। କୁଶପପଲ୍ଲା ଗ୍ରାମର ଝିଅକୁ ମାନବବାଦ ସଂଗଠନର ଜଣେ ଯୁବକ ବିବାହ ପାଇଁ ସ୍ଥିର ହୋଇଥିବା ବେଳେ ମାନବବାଦ ସଂଗଠନର ନୀତି ନିୟମ ଅନୁସାରେ ଝିଅ ଘର ପ୍ରସ୍ତୁତି କରିନଥିବା କାରଣରୁ ବର ଝିଅ ଘର ଦୁଆର ମୁଁହରୁ ଫେରିଯାଇଥିବା ଜଣାପଡିଛି ।