
ନୂଆଦିଲ୍ଲୀ, ୦୨/୦୯/୨୧ (ଜିଲ୍ଲା ଖବର) : ନିକଟରେ ସୋସିଆଲ ମିଡିଆ ଆକାଉଂଟରେ ଧାରାବାହିକ ‘ପବିତ୍ର ରିସ୍ତା ୨’ର ଟ୍ରେଲର ସେୟାର କରିଛନ୍ତି ଟେଲି ଦୁନିଆଁର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ । ଏହା ପବିତ୍ର ରିସ୍ତାର ଡିଜିଟାଲ ସ୍ପିନ୍ ଅଫ୍। ଟ୍ରେଲରରେ ଭଲପାଇବା ଏବଂ ବିବାଦ ଉଭୟକୁ ଦେଖା ଯାଇଛି । ଏଥିରେ ଅଙ୍କିତା ତାଙ୍କର ପୂର୍ବ ଲୁକରେ ନଜର ଆସୁଥିବା ବେଳେ, ପ୍ରଥମ ସିଜିନରେ ସୁଶାନ୍ତ ସିଂ ରାଜପୁତଙ୍କୁ ଦିଆ ଯାଇଥିବା ଲୁକ୍ ଏହି ସିଜିନରେ ଶାହିର ସୈଖଙ୍କୁ ଦିଆ ଯାଇଛି ।
ଏଥିରେ ଅଙ୍କିତା , ଅର୍ଚ୍ଚନା ଭୂମିକାରେ ଅଭିନୟ କରୁଥିବା ବେଳେ, ଶାହିର ସୈଖ ସୁଶାନ୍ତ ସିଂ ରାଜପୁତଙ୍କୁ ରିପ୍ଲେସ କରୁଛନ୍ତି । ଏବେ ଶାହିର ,ମାନବଙ୍କ ଭୂମିକାରେ ନଜର ଆସିବେ । ଧାରାବାହିକର ଟ୍ରେଲର ବହୁତ ସୁନ୍ଦର ହୋଇଛି। ପ୍ରଶଂସକ ଟ୍ରେଲର ଦେଖି ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ସେପ୍ଟେମ୍ବର ୧୫ ରେ ଏହାର ପ୍ରିମିୟର ଜି୫ ରେ ରିଲିଜ ହେବ।
ଏହା ଦେଖିବା ପରେ କିଛି ଦର୍ଶକ ଏକଥା ମଧ୍ୟ କହୁଛନ୍ତି ଯେ, ସୁଶାନ୍ତଙ୍କ ଜାଗା ଆଉ କେହି ନେଇ ପାରିବେ ନାହିଁ । ଆଉ କେହି କେହି କହିଛନ୍ତି କି, ଶୋ’ ରେ ସବୁ ଠିକ ଅଛି ହେଲେ ସୁଶାନ୍ତଙ୍କ ବିନା ଏହି ଶୋ’ ଅଧୁରା ।


