Sunday, November 15, 2026
Home ଆଞ୍ଚଳିକ ବିଗବସ୍ ଘରେ ନିୟା ବନିଲେ Boss lady

ବିଗବସ୍ ଘରେ ନିୟା ବନିଲେ Boss lady

5

ନୂଆଦିଲ୍ଲୀ, ୦୨/୦୯/୨୧ (ଜିଲ୍ଲା ଖବର) : ଟେଲି ଦୁନିଆଁର ଜଣାଶୁଣା ଅଭିନେତ୍ରୀ ନିୟା ଶର୍ମାଙ୍କୁ କିଏବା ନଜାଣେ ।  ନିୟାଙ୍କ ଅଭିନୟ ସହିତ, ତାଙ୍କର ଷ୍ଟାଇଲ ଓ ଲୁକକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରନ୍ତି । ତେବେ ନିକଟର ସେ ବିଗ୍‌ବସ୍‌ OTT ଘରେ ଏଣ୍ଟ୍ରି କରିଛନ୍ତି ।  ଏଥିରେ ସେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଛନ୍ତି । ସେ ଏଣ୍ଟ୍ରି କରିବା ସଙ୍ଗେ ସଙ୍ଗେ ହିଁ ଧୁମ୍ ମଚାଇଛନ୍ତି । କେବଳ ଏତିକି ନୁହେଁ, ସେ ବିଗବସ ଘରେ ପ୍ରବେଶ କରିବା ପରେ ହିଁ , ତାଙ୍କୁ ଘରର ବସ୍ ଲେଡି ଘୋଷଣା କରିଛନ୍ତି ।

ବିଗବସ୍ ପରିବାର ପାଇଁ ନିୟାଙ୍କର ଏଣ୍ଟ୍ରି ବହୁତ ଆଶ୍ଚର୍ଯ୍ୟ କରିଛି। କେବଳ ଏତିକି ନୁହେଁ, ଏହା ସହିତ ନିୟା ଆସିବା ମାତ୍ରେ ହିଁ ଘରର ଲୋକଙ୍କ ମଧ୍ୟରେ ହଇଚଇ ଦେଖାଦେଇଛି । ତେବେ ସେଠାରେ କଣ ଚାଲିଛି ଓ ନିୟା କଣ କରିବାକୁ ଯାଉଛନ୍ତି, ଏହା ଜାଣିବାକୁ ସମସ୍ତେ  ଅପେକ୍ଷା କରିଛନ୍ତି । ତେବେ ଆଶା କରାଯାଉଛି ଯେ, ବର୍ତ୍ତମାନ ଶୋ’ ନୂଆ ମୋଡ ନେବା, ସହ ନୂଆ ଜିନିଷ ଦେଖିବାକୁ ମିଳିବ।