
ବ୍ରହ୍ମପୁର,୨/୯(ଜିଲ୍ଲା ଖବର):
ଆଜି ପୂର୍ବାହ୍ନ ୧୧ଘଣ୍ଟା ସମୟରେ ସ୍ୱଳ୍ପ ସମୟ ପାଇଁ ବାବା ଆର୍ତ୍ତତ୍ରାଣ ଙ୍କ ଆଗମନ ପାଇଁ ବ୍ରହ୍ମପୁର ସନ୍ତୋଷିମାତା ମନ୍ଦିରସ୍ଥ ପରିସରରେ ବ୍ୟକ୍ତିଗତ ସମ୍ପର୍କ ର ଶିବିର ଆୟୋଜନ କରାଯାଇଥିଲା।
ଅଭିଭାବକ ମହାସଂଘ ର ଗଞ୍ଜାମ ସଭାପତି ମଧୁ ସୁଦନ ସାହୁ ଙ୍କ ନେତୃତ୍ବ ଓ ଗଜେନ୍ଦ୍ର ଚୈଉଧୁରିଙ୍କ ଆମନ୍ତ୍ରଣ କ୍ରମେ ଆସିଥିବା ଉକ୍ତ କାର୍ଯ୍ୟକ୍ରମ ର ନେତୃତ୍ବ,ସମାଜ ସେବୀ ଉମା ଶଙ୍କର ପାଣି ନେଇଥିବା ବେଳେ ଏଥିରେ ଅମ୍ବୁଜା ସାହୁ,ଜୀବନ ପାତ୍ର,ବିଶ୍ୱ ଦେବ ଭାଇ, ବାସୁଦେବ ସାହୁକାର,ବିନୋଦ ସିଂ ଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏଠାରୁ ବିଦାୟ ନେବା ସମୟରେ ଶ୍ରୀରାମ ହସ୍ପିଟାଲ ମୂକ୍ଷ୍ୟ ଡଃ ସୁବାଷ ସାହୁ ଙ୍କ ସହ ସୈଜନ୍ୟ ମୁଳକ ଆଲୋଚନା ପରେ ବାବା ଆର୍ତ୍ତତ୍ରାଣ ତାରାତାରିଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ
ଗଜେନ୍ଦ୍ର ଚୈଉଧୁରିଙ୍କ ଆମନ୍ତ୍ରଣ କ୍ରମେ ଆସିଥିବା ଉକ୍ତ ବୈଠକକୁ ସମାଜ ସେବୀ ଉମା ଶଙ୍କର ପାଣି ପରିଚାଳନା କରିଥିଲେ
ସୂର୍ଯ୍ୟ ନାରାୟଣ ଦାସ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |
ରିପୋର୍ଟ : କୁନା ମିଶ୍ର




