
ବେଲଗୁଣ୍ଠା, ୨/୯(ଜିଲ୍ଲା ଖବର):
ଗାଙ୍ଗପୁର ପୋଲିସ୍ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ତାସ୍ ଜବତ କରିଛି I ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡା ଜୁଆଳି ରାଧା କୃଷ୍ଣ ମନ୍ଦିର ପରିସରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ସେଠାରୁ ଚାରି ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୦୧୭୦ ଟଙ୍କା ସହିତ ତାସ୍ ଏବଂ ପାଲି ଜବତ କରିଛି I ସେହିପରି ଝରପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ୟ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ୍ ସେଠାରୁ 3ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୮୮୩୦ ଟଙ୍କା, ତାସ୍ ଏବଂ ପାଲି ମଧ୍ୟ ଜବତ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ






