
ଖୋର୍ଦ୍ଧା ଜିଲ୍ଲା,୨/୯ (ଜିଲ୍ଲା ଖବର):
ଆଜି ଓଡିଶା ଡ୍ରାଇଭର଼୍ ମହା ସଂଘ ତରଫରୁ ଖୋର୍ଦ୍ଧା ଜିଲ୍ଲା
ଠାରେ ଶୋଭାଯାତ୍ରା କରି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଥିଲେ | ଆଜି ଖୋର୍ଦ୍ଧା
ଜିଲ୍ଲାର ୧୦ ଟି ବ୍ଲକର ଓଡିଶା ଡ୍ରାଇଭର଼୍ ମହା ସଂଘ କର୍ମକର୍ତା ମାନେ ଏକ ବିଶାଳ ରାଲି ବାହାର କରି ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସମାବେଶ କରି ଜିଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ୧୦ଦଫା ଦାବି ଦେଇଛନ୍ତି | ଏଥି ମଧ୍ୟରୁ ଜନସାଧାରଣଙ୍କ ଆକ୍ରୋସ ଶିକାର ହେଉଥିବା ଡ୍ରାଇଭର୍ ସାମାଜ ର ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଆଇନ୍ ପ୍ରଣୟନ କରାଯାଉ l ପଞ୍ଚାବନ ବର୍ଷ ପରେ ପେନସନ୍ ଦିଆଯାଉ l ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ୍ୟ ଟଙ୍କା ବୀମା ରାଶି ପ୍ରଦାନ କରାଯାଉ ଏଭଳି ୧୦ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ରାଜ୍ୟସରକାର ଙ୍କୁ ଦାବିପତ୍ର ଦିଆଯାଇଛି l ଯଦି ଏହି ଦାବି ରାଜ୍ୟ ସରକାର ପୁରାଣ ନ କରନ୍ତି l ଡ୍ରାଇଭର଼୍ ମହାସଂଘ ଆନ୍ଦୋଳନ କରିବେ ବୋଲି କହିଛନ୍ତି .
ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର଼୍ ମହା ସଂଘ ର ସମ୍ପାଦକ .
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର




