Monday, October 12, 2026
Home ଆଞ୍ଚଳିକ ଓଡିଶା ରେ ପ୍ରଥମଥର ପାଇଁ ପାଦ ଥାପିଲେ ଆନ୍ଧ୍ରପ୍ରଦେଶ ର ଜନସେନା ...

ଓଡିଶା ରେ ପ୍ରଥମଥର ପାଇଁ ପାଦ ଥାପିଲେ ଆନ୍ଧ୍ରପ୍ରଦେଶ ର ଜନସେନା ଦଳ ଆଗାମୀ ନିର୍ବାଚନ ରେ ଦେଇପାରନ୍ତି ବିଜେପି ଜନସେନା ପ୍ରାଥୀ ସୂଚନା ଦେଲେ ଜନସେନା ନେତା ଵି ସତୀଶ କୁମାର

14

ରାୟଗୁଡା,୨/୯(ଜିଲ୍ଲା ଖବର):
ଆନ୍ଧ୍ରପ୍ରଦେଶ ର ସୁପର ଷ୍ଟାର ତଥା ରାଜନୈତିକ ଦଳ ଜନସେନା ଗଢି ଜନମାନସ ରେ ନୂତନ ଦିଗ ସୃଷ୍ଟି କରିଥିବା ଆନ୍ଧ୍ରପ୍ରଦେଶ ର ପ୍ରିୟ ସୁପରଷ୍ଟାର ତଥା ଜନସେନା ଅଧକ୍ଷ୍ୟ ପବନ କଲ୍ୟାଣ ଆଜି ପବନ କଲ୍ୟାଣ ଙ୍କ ଜନ୍ମ ଦିନ ଅବସରରେ ଗୁଣୁପୁର ସହର ତଥା ରାୟଗଡା ଜିଲ୍ଲା ତରଫରୁ ଜନସେନା ଦଳ ର ଓଡିଶା ପ୍ରଦେଶ ର ଯୁବ ନେତା ନାଇଡ଼ୁ ଭି ଶ୍ରୀରାମମୂର୍ତ୍ତି ଙ୍କ ଦ୍ୱାରା ଆୟୋଜିତ ସଭା ରେ ଆନ୍ଧ୍ରପ୍ରଦେଶ ର ଓସମାନିଆ ବିଶ୍ୱବିଦ୍ୟାଳୟ ର ଛାତ୍ର ସାଂସଦ ସଭାପତି ସମ୍ପଦ କୁମାର ଏବଂ ଜନସେନା ର ବରିଷ୍ଠ ନେତା ଵି ସତୀଶ କୁମାର ଯୋଗ ଦେଇ ଜନସେନା ର ପ୍ରିୟ ନେତା ପବନ କଲ୍ୟାଣ ଆଗାମୀ ୨୦୨୪ ରେ ଆନ୍ଧ୍ରପ୍ରଦେଶ ରେ ଭାରତୀୟ ଜନତା ପାର୍ଟ ସହ ମେଣ୍ଟ ଦ୍ୱାରା ସରକାର ଗଢିବା ଏବଂ ଓଡିଶା ର ରାୟଗଡା, କୋରାପୁଟ ନବରଙ୍ଗପୁର ମାଲକାନଗିରି ଗଜପତି ଏବଂ ଗଞ୍ଜାମ ରେ ଚଳିତ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ରେ ଜନସେନା ବିଜେପି ମେଣ୍ଟ ପ୍ରାଥୀ ଦେବ ବୋଲି ପ୍ରାକ ସୂଚନା ଦେଇ ଛନ୍ତି ଓସମାନିଆ ବିଶ୍ଵବିଦ୍ୟାଳୟ ର ଛାତ୍ର ସଂସଦ ସଭାପତି ସମ୍ପଦ କୁମାର ଏବଂ ଵି ସତୀଶ କୁମାର ଆୟୋଜିତ କାର୍ଯ୍ୟକ୍ରମ ରେ ଆନ୍ଧ୍ର ଚଳଚିତ୍ର ଜଗତ ର ସୁପରଷ୍ଟାର ପବନ କଲ୍ୟାଣ ଙ୍କ ଉଦେଶ୍ୟ ରେ ଦ୍ଵାଦଶ ଜ୍ୟୋତ୍ରୀ ଲିଙ୍ଗ ଙ୍କୁ ଦୀପ ସହ ପୁଷ୍ପ ପ୍ରଦାନ କରି ତାଙ୍କ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରି ଥିଲେ ଏହି କାର୍ଯ୍ୟକ୍ରମ ରେ ଓଡିଶା ସମ୍ବାଦ ର ପ୍ରତିନିଧି ତଥା ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ବରିଷ୍ଠ ବିଜେପି ନେତା ପ୍ରେମ ପଣ୍ଡା ସାମାଜିକ କର୍ମୀ ପିଙ୍କି ମହାପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ ଏହି ଅବସର ରେ ଜନ୍ମ ଦିନ ର କେକ କାଟିବା ସହ ଛୋଟ ଛୋଟ ଶିଶୁ ଙ୍କୁ ଛତା ଏବଂ ବେଟ ପ୍ରଦାନ କରି ଥିଲେ ଏବଂ ଆନ୍ଧ୍ରଓଡିଶା ସୀମାନ୍ତ ଶ୍ରୀକାକୁଲମ ରୁ ବହୁ ଜନସେନା ସୈନ୍ୟ ମଧ୍ୟ ଉପସ୍ଥିତ ଥିଲେ । ରାୟଗଡା ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ।