
ରାୟଗଡା ଜିଲ୍ଲା,୧/୯(ଜିଲ୍ଲା ଖବର):
ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗା ନିକଟରେ ଗତ ରାତିରେ ଇନଫରମର ସନ୍ଦେହ ରେ ଜଣେ ଗ୍ରାମରଖିକୁ ହତ୍ୟାକରିଛନ୍ତି ମାଓବାଦୀ । ହତ୍ୟାପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି । ବଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ରେ ଲେଖାଯାଇଛି ଯେ ଆଗରୁ ସନ୍ତୋଷ କୁ ବହୁବାର ତାଗିତ କରାଯାଇଥିଲା ତଥାପି ସନ୍ତୋଷ ଇନଫରମର ସାଜିଥିଲେ ଓ ଅଞ୍ଚଳର କିଛି ଜୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫରମର ତିଆରି କରିବାରେ ମୁଖ୍ୟ ଭୁମିକା ସାଜିଥିଲା ସନ୍ତୋଷ ତେଣୁ ହତ୍ୟା କରାଯାଇଛି । ଅନ୍ୟମାନେ ଯଦି ଖ୍ୟମା ନ ମାଗନ୍ତି ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ଶାଷ୍ତି ଦିଆଜିବ ବୋଲି ପୋଷ୍ଟର ରେ ଉଲେଖ ରହିଛି । ଗତକାଲି ରାତି ପ୍ରାୟ ୧୦ଟାରେ ମାଓବାଦୀ ମାନେ ଆସି ସନ୍ତୋଷ କୁ ଡାକିନେଇ ଗାଠୁ ୫୦ ମିଟର ଦୁରରେ ହତ୍ୟା କରିଥିବା ଜଣାପଡିଛି ।
ରିପୋର୍ଟ: ପ୍ରସନ ପଣ୍ଡା



