
୦୧/୦୯/୨୧ (ଜିଲ୍ଲା ଖବର) : ରାଜଧାନୀରେ ଖୋଲିଲା ସ୍କୁଲ । ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି ।ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଦିଲ୍ଲୀ ସରକାର ଶୁକ୍ରବାର ଦିନ ଘୋଷଣା କରିଥିଲେ ଯେ ୯ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ସେପ୍ଟେମ୍ବର ୧ ରୁ ଖୋଲିବ। କରୋନା ହେତୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଶ୍ରେଣୀଗୃହରେ କେବଳ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ।
କୌଣସି ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଭାବେ କ୍ଲାସରେ ଯୋଗଦେବେ ନାହିଁ । ସ୍କୁଲକୁ ଆସିବା ପାଇଁ ହେଲେ ଅଭିଭାବକଙ୍କ ସହମତି ଜରୁରୀ ବୋଲି ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି।
ନିର୍ଦ୍ଦେଶାବଳୀ ଅନୁଯାୟୀ ଶ୍ରେଣୀଗୃହରେ କେବଳ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ।


