
ସମ୍ବଲପୁର, ୦୧/୦୯/୨୧ (ଜିଲ୍ଲା ଖବର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭଲଗ୍ନ। ଆସନ୍ତା ୧୧ ତାରିଖ ସକାଳ ୧୦ଟା ୧୫ରୁ ୨୫ ଯାଏଁ ଶୁଭଲଗ୍ନ।
ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ଲଗ୍ନ ସ୍ଥିର ହୋଇଛି। ମା ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ରକୁ ନେଇ ଶୁଭଲଗ୍ନ ବାହାରିଥାଏ।
ଆସନ୍ତା ୧୧ ତାରିଖ ଶନିବାର ତୁଳା ଲଗ୍ନରେ ୧୦ .୧୫ ରୁ ୧୦. ୨୫ ମଧ୍ୟରେ ନବାନ୍ନ ଲାଗି ହେବ। ପ୍ରଥମେ ମା’ ସମଲେଶ୍ଵରୀ ପାଖରେ ନଵାନ୍ନ ଲାଗି ହେବ । ବ୍ରହ୍ମ ମଣ୍ତପ ପଣ୍ତିତ ମହାସଂଘ ପକ୍ଷରୁ ଲଗ୍ନ ଧାର୍ଯ୍ୟ କରାଯାଇଛି।


