
କଟକ, ୦୧/୦୯/୨୧ (ଜିଲ୍ଲା ଖବର) : ସ୍ୱାୟତ୍ତ ଶାସନ ଦିବସରେ କଟକ ମହାନଗର ନିଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସମୟରେ ପୁଣି ବର୍ଷିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ। ସେ କହିଛନ୍ତି ଯେ, ଭୁବନେଶ୍ୱରରେ ସବୁ ନବ ନିର୍ମାଣ ପ୍ରକଳ୍ପ ଉଦଘାଟନ ହେଉଛି ହେଲେ କଟକରେ ସବୁ ପୁନଃ ନିର୍ମାଣ ପ୍ରକଳ୍ପ ଉଦଘାଟନ ହେଉଛି। କଟକରେ ସବୁ ସୀମିତ ସ୍ଥାନରେ ସୀମିତ କାମ ହାତକୁ ନିଆଯାଉଛି। ଖାଲି ଏତିକି ନୁହେଁ ପୌର ନିର୍ବାଚନ ମଧ୍ୟ ଶୀଘ୍ର କରିବାର ଆବଶ୍ୟକତା ରହିଛି।
ନିର୍ବାଚିତ ପ୍ରତିନିଧି ପୌର ପରିଷଦକୁ ଗଲେ ଭଲ ହେବ। କାରଣ ସେମାନେ ଲୋକଙ୍କ ସମସ୍ୟା ବୁଝି ପାରିବେ। ହେଲେ ପ୍ରଶାସନିକ ଅଧିକାରୀ ଭଲ ସେ ବୁଝି ପାରିବେ ନାହିଁ। ସେପଟେ ସାଂସଦଙ୍କ ପ୍ରତିକ୍ରିୟାକୁ ବିଜେପି ଓ କଂଗ୍ରେସ ସମର୍ଥନ କରିଛନ୍ତି। ସରକାର ଭୟରେ ପୌର ନିର୍ବାଚନ କରୁ ନାହାଁନ୍ତି ବୋଲି ଉଭୟ ବିରୋଧୀ ଦଳ କହିଛନ୍ତି।



