Saturday, November 14, 2026
Home ଆଞ୍ଚଳିକ ସ୍ୱାମୀଙ୍କ କଥା ମନେ ପକାଇ ଏମିତି କହିଲେ ସୋନମ

ସ୍ୱାମୀଙ୍କ କଥା ମନେ ପକାଇ ଏମିତି କହିଲେ ସୋନମ

5

ନୂଆଦିଲ୍ଲୀ, ୦୧/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଏବେ ଦୁହେଁ ଦୁହିଁଙ୍କ ଠାରୁ ଦୂରରେ ଅଛନ୍ତି । ସୋନମ ଭାରତରେ ଥିବାବେଳେ, ଆନନ୍ଦ ଲଣ୍ଡନରେ ଅଛନ୍ତି । ତେବେ ସ୍ୱାମୀଙ୍କ ଠାରୁ ଦୂରରେ ରହି ସ୍ୱାମୀଙ୍କୁ ବହୁତ୍ ମିସ୍ କରୁଛନ୍ତି ସୋନମ୍ । ଏକଥା ଆମେ କହୁନୁଁ ବରଂ ଏହା କହୁଛି ସୋନମ ସେୟାର କରିଥିବା ଭିଡିଓ ଏବଂ ଫଟୋ । ନିକଟରେ ସେ ତାଙ୍କର ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଆନନ୍ଦଙ୍କ ସହ ଭିଡିଓ କଲରେ କଥା ହେଉଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ବେଶ ପସନ୍ଦ ମଧ୍ୟ କରୁଛନ୍ତି ।

ପ୍ରକାଶ ଥାଉକି, ଦୁହେଁ ଭିଡିଓ କଲରେ କଥା ହେଉଥିବାର ଭିଡିଓ ସୋନମ ସେୟାର କରିବା ସହିତ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ବାମୀଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ‘ ତୁମ୍ହାରୀ ବହତ ୟାଦ୍ ସତା ରହି ହେ…ତୁମସେ ମିଲନେ କୋ ବେକରାର୍ ହୁଁ’ ।

ତେବେ ଏହା ହେଉଛି ତାଙ୍କର ଏକ ପୁରୁଣା ଫଟୋ । ଯେଉଁଥିରେ ଦୁହେଁ ଏକଦମ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି  ।