ଭୃଣହତ୍ୟା ଅଭିଯୋଗ ପରେ କ୍ଲିନିକ୍ ସିଲ୍

7

ନୟାଗଡ,୦୧/୦୯/୨୧ (ଜିଲ୍ଲା ଖବର) :  ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା ଭୃଣହତ୍ୟାର ଅଭିଯୋଗ I ଏକ ଘରୋଇ କ୍ଲିନିକରେ ଗର୍ଭପାତ ଚାଲିଥିବା ବେଳେ ଚଢାଉ କରି କ୍ଲିନିକକୁ ସିଲ୍ କଲେ ନୟାଗଡ଼ ତହସିଲଦାର ।

ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଥିବା ଆନନ୍ଦ ଭବନ କ୍ଲିନିକରେ ଏଭଳି ଘୃଣ୍ୟ କାମ ଚାଲିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଓ ନୟାଗଡ

ତହସିଲଦାର ମିଳିତ ଚଢ଼ାଉ କରିବା ସହିତ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କରିଛନ୍ତି । ସେପଟେ ପୋଲିସ କ୍ଲିନିକ ମାଲିକ ସତ୍ୟପ୍ରିୟ ସ୍ୱାଇଁ ଏବଂ ଗର୍ଭପାତ କରିବାକୁ ଆସିଥିବା ମହିଳାଙ୍କୁ ଅଟକ ରଖି ପୋଲିସ ଅଧିକ ପଚରା ଉଚୁରା କରିଥିବା ସୂଚନା ମିଳିଛି  ।