
ନୂଆଦିଲ୍ଲୀ, ୦୧/୦୯/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ହଲିଉଡ ମୁହାଁ ହୋଇଛନ୍ତି । ହଲିଉଡରେ ଧମାଲ ମଚାଇବାକୁ ଯାଉଛନ୍ତି ଦୀପିକା । ଆଉ ଏକ ହଲିଉଡ ଫିଲ୍ମ ପାଇଁ ପ୍ରସ୍ତୁତ ଦୀପିକା । ହେଲେ ଏଥର ସେ ଏହି ଫିଲ୍ମରେ ଅଭିନୟ କରିବା ସହିତ , ତାଙ୍କ ପ୍ରଡକ୍ସନ ବ୍ୟାନର୍ରେ ଏହାକୁ ପ୍ରସ୍ତୁତ ମଧ୍ୟ କରିବେ।
ପୂର୍ବରୁ ‘ପୂର୍ବରୁ ‘XXX: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ୍’ ଫିଲ୍ମ ଜରିଆରେ ଦୀପିକା ହଲିଉଡରେ ଡେବ୍ୟୁ କରିଥିଲେ। ସେଥିରେ ମଧ୍ୟ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ । ଆଉ ଏଥର ଆଉ ଏକ ନୂଆ ରୁପରେ ନଜର ଆସିବେ ଡିମ୍ପଲ ଗାର୍ଲ ।
ରିପୋର୍ଟ ଅନୁଯାୟୀ, ଯେଉଁ ହଲିଉଡ ମୁଭିରେ କାମ କରିବେ ଦୀପିକା ବର୍ତ୍ତମାନ ଯାଏଁ ତା’ର ଟାଇଟଲ କ’ଣ ରହିବ, ସେ ବାବଦରେ ଜଣାପଡି ନାହିଁ । କିନ୍ତୁ ଏହାକୁ କ୍ରସ୍ କଲଚର ରୋମାଣ୍ଟିକ୍ କମେଡି ଏସଟିଏକ୍ସ ଫିଲ୍ମ ଦ୍ୱାରା ନିର୍ମାଣ କରାଯିବ। ତେବେ ଏହି ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ କେବେ ଏହା ଫ୍ଲୋରକୁ ଆସିବ, ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଦୀପିକା ପକ୍ଷରୁ କିନ୍ତୁ ପୁଣି ହଲିଉଡ ଫିଲ୍ମରେ କାମ କରିବାକୁ ନେଇ କୌଣସି ସୂଚନା ମିଳିନାହିଁ ।


