Friday, November 13, 2026
Home ଆଞ୍ଚଳିକ ପିଲାଦିନର ସ୍ୱପ୍ନ ପୁରା କଲେ ଟାଇଗର

ପିଲାଦିନର ସ୍ୱପ୍ନ ପୁରା କଲେ ଟାଇଗର

6

ନୂଆଦିଲ୍ଲୀ, ୦୧/୦୯/୨୧ (ଜିଲ୍ଲା ଖବର) : ୮ଟି ବେଡ୍‌ରୁମ୍‌ବିଶିଷ୍ଟ ଲଗ୍ଜରୀ ଆପାର୍ଟମେଣ୍ଟ କିଣି ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରଫ୍  । ଉକ୍ତ ଘରକୁ  ସେ ତାଙ୍କ ବାପା ଜାକୀ ଶ୍ରଫ, ମା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫ୍‌ଙ୍କ ସହ ସିଫ୍ଟ ହୋଇଯାଇଛନ୍ତି। ପୁଅର ଏଭଳି ଉପହାରରେ ଖୁସି ହୋଇ ବାପା ଜାକୀ ଏହି ଉପହାର ପଛରେ ଥିବା କାହାଣୀକୁ କହିଛନ୍ତି ।

ଏକ ସାକ୍ଷାତକାରରେ ଟାଇଗର ଶ୍ରଫ୍‌ଙ୍କୁ ପ୍ରଶଂସା କରି ଜାକୀ ଶ୍ରଫ କହିଛନ୍ତି ଯେ, ‘ଟାଇଗର ବଲିଉଡରେ ପାଦ ରଖିବା ପୂର୍ବରୁ ତା ମା ଆୟଶାଙ୍କ ପାଇଁ ଏକ ଭଲ ଘର କିଣିଦେବାର ସ୍ୱପ୍ନ ଦେଖିଥିଲା । ସେ ତା’ର ଏହି ସ୍ୱପ୍ନକୁ ପୂରା କରିବା ପାଇଁ , ନିଜର ଚେଷ୍ଟା ଜାରି ରଖିଥିଲା । ଶେଷରେ ସେ ତାର ସ୍ବପ୍ନ ପୂରା କରିଛି’ ।

ସେ ଆଗକୁ ଏକଥା ମଧ୍ୟ କହିଛନ୍ତି ଯେ,  ‘ଟାଇଗରକୁ ଜଣେ ଭଲ ମଣିଷ କରି ତିଆରି କରିବାରେ ମୋର କୌଣସି ଭୂମିକା ନାହିଁ। ତାକୁ ତା ମା’ ଆୟଶା, ଜେଜେମା ଓ ପିଉସୀ ପାଳିଛନ୍ତି। ଏହି ତିନି ଜଣ ହିଁ ଟାଇଗରର ଯତ୍ନ ନେଇଛନ୍ତି। କାରଣ ମୋ ପାଖରେ ସମୟ ନ ଥିଲା। ସବୁବେଳେ କାମରେ ମୁଁ ବ୍ୟସ୍ତ ରହୁଥିଲି। ଟାଇଗର ନିଜ କାମ ଓ ଫିଟ୍‌ନେସ୍‌କୁ ନେଇ ବହୁତ ସତର୍କ ‘ ।

ଆମେ ଯେତେବେଳେ ବି ଭେଟୁ ସାଧାରଣ ବାପ-ପୁଅ ଭଳି ଭେଟୁ । ବ୍ୟବସାୟ ଓ କାମକୁ ନେଇ ଖୁବ୍ କମ ଆଲୋଚନା ହୁଏ । ହେଲେ,ବେଳେବେଳେ ପୁଅର କାମକୁ ପ୍ରଶଂସା କରେ ମୁଁ । ସେ ଆଜି ଯାହା ବି ହୋଇପାରିଛି ସେନେଇ ଭଗବାନ ଓ ତା’ର ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି‘ ।

ସୂଚନାଯୋଗ୍ୟ : ଟାଇଗର ମୁମ୍ବାଇର ସବୁଠାରୁ ଦାମୀ ଅଞ୍ଚଳ ଖାର୍ ୱେଷ୍ଟର ରୁସ୍ତମଜୀ ପାରାମାଉଣ୍ଟରେ ୮ଟି  ବେଡରୁମବିଶିଷ୍ଟ ଫ୍ଲାଟ  କିଣିଛନ୍ତି। ଏହା ପୂର୍ବରୁ ଶ୍ରଫ ପରିବାର କାର୍ଟର ରୋଡ୍‌ର ଏକ ବିଲ୍ଡିଂରେ ଭଡାରେ ରହୁଥିଲେ। ଏବେ ସେ କିଣିଥିବା ଫ୍ଲାଟ୍‌ରେ ଜିମ୍, ଗେମ୍ସ ରୁମ୍, ସ୍ୱିମିଙ୍ଗ ପୁଲ୍ ଭଳି ଆଧୁନିକ ସୁବିଧା ରହିଛି ।